STORYMIRROR

K. Nirmal

Others

2  

K. Nirmal

Others

ଜ୍ଞାନ ହୋଇନି ମୋହରି

ଜ୍ଞାନ ହୋଇନି ମୋହରି

1 min
13.7K


ଜ୍ଞାନର ଭଣ୍ଡାର ବୁଦ୍ଧିରେ ଅସାର

ଆହେ ପ୍ରଭୁ ଗଜାନନ,

ଭକ୍ତି ଭାବ ନେଇ ଡାକେ ଯେ ତୁମ୍ଭକୁ

ଦୁଃଖକୁ କର ଖଣ୍ଡନ।


ଈଶ୍ୱରଙ୍କ ଠାରୁ ବରଦାନ ପାଇ

ପୂଜା ପାଉଅଛ ଆଗେ,

ଅଜ୍ଞାନୀ ଲୋକକୁ ଜ୍ଞାନ ଦିଅ ବୋଲି

ଆଶିଷ ତୁମ୍ଭଠୁ ମାଗେ।


ଦୁଇପଦ ଯେବେ କହିବା ଶିଖିଲି

ତୁମ୍ଭକୁ ପାଇଲି ଭଲ,

ଭବିଷ୍ୟତ ପଥେ ଆଲୋକ ଦେଖାଇ

ଚାଲିବାକୁ ଶିଖାଇଲ।


ତୁମ୍ଭ ଗୁଣ ସବୁ ବଖାଣିବା ପାଇଁ

ଜ୍ଞାନ ହୋଇନି ମୋହରି,

କେତେବେଳେ ଦୁଇ ପଦ ଲେଖିଦିଏ

ତୁମ୍ଭରି ନାମ ସୁମରି।


ଜୟ ଶ୍ରୀ ଗଣେଶ ।

କେ.ନିର୍ମଳ

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍