STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

ଜ୍ଞାନ ଭଣ୍ଡାର

ଜ୍ଞାନ ଭଣ୍ଡାର

1 min
333

ଜ୍ଞାନର ଭଣ୍ଡାର ଗୃହ ଯେ ବହି, 

   ଜ୍ଞାନ ବିତରଇ ସାଥିରେ ରହି। 

ଅଜ୍ଞାନ ଅନ୍ଧାର କରେ ଯେ ଦୁର, 

   ଜୀବନେ ତା'ପରି ସାଥିକେ ନାହିଁ।। 


ସୁନ୍ଦର ଯାହାର ପ୍ରଛଦପଟ, 

    ପାଠକ ମନକୁ ମୋହିତ କରେ। 

ବିଷୟ ସମ୍ପର୍କେ ରହିଛି ସୂଚୀ, 

    ସମ୍ଯକ ସୂଚନା ମୁଖବନ୍ଧରେ।। 


କାବ୍ୟ, ଉପନ୍ୟାସ, ପୁରାଣ, ପୋଥି, 

    ନାନା ରୂପେ ଶୋଭା ପାଉଛି ଯିଏ। 

ଜୀବନକୁ କରେ ପରିମାର୍ଜନ, 

     ବହି ପରି ଜ୍ଞାନ ଗୁରୁ ବା କିଏ।। 


ଅଧ୍ୟୟନ ବଳେ ଜ୍ଞାନର ସିଦ୍ଧି, 

    ପୁସ୍ତକ କେବଳ ଦିଏ ସଂସାରେ। 

ବହି ସାଥେ ରଖେ ଯିଏ ବନ୍ଧୁତ୍ବ, 

    ଜ୍ଞାନର ଆଲୋକ ସିଏ ବିସ୍ତାରେ।। 


ଆଚରଣେ ନାହିଁ ବଇରି ଭାବ, 

    ସଭିଙ୍କ ହୃଦୟେ ସ୍ଥାନ ଯେ ଖୋଜେ। 

ସ୍ବଭାବକୁ ତା'ର ବୁଝିଛି ଯିଏ, 

    ସର୍ବଦା ସେ ତା'ର ପ୍ରେମରେ ଭିଜେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍