STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଜନସଂଖ୍ୟା ଦିବସ

ଜନସଂଖ୍ୟା ଦିବସ

1 min
237

ଜୁଲାଇ ଏଗାର ହିଁ ମହତ୍ତ୍ୱପୂର୍ଣ୍ଣ 

ଜନସଂଖ୍ୟା ଦିବସଟି,

ଜନସଂଖ୍ୟା ପାଇଁ ଜାଗ୍ରତ ଦିବସ

ନିୟନ୍ତ୍ରଣ ଦିବସଟି।୧।


ଜନସଂଖ୍ୟା ପାଇଁ ନିୟନ୍ତ୍ରଣ ପୁଣି

ଚିନ୍ତାର ବିଷୟ ଏହୁ,

ନିଅଣ୍ଟ ହୋଇବ ଜନ ଆବଶ୍ୟକ

ଅଧିକ ହେଲେଟି ସେହୁ।୨


ସବୁ ଦେଶ ଏବେ ଚିନ୍ତିତ ହେଲେଣି

ନିୟନ୍ତ୍ରଣ ଅତି ଆବଶ୍ୟକ 

ସବୁଠାରୁ ଏବେ ଭାରତର ଚିନ୍ତା

କାନୁନର ଆବଶ୍ୟକ।୩।


ନେଉଛନ୍ତି ରାଜ୍ୟ ପଦକ୍ଷେପ ଏବେ

ତାର ନିୟନ୍ତ୍ରଣ ପାଇଁ

ସମ୍ପୂର୍ଣ୍ଣ ଦେଶରେ ପ୍ରୟୋଜନ ଅତି

ସମାଧାନ ଏହା ପାଇଁ।୪।


ସ୍ୱତନ୍ତ୍ର ଦିବସେ ଦେଶର ପ୍ରଧାନ

ଦେଇ ଥିଲେ ଯେ ସଙ୍କେତ,

ଜନସଂଖ୍ୟା ପାଇଁ କାନୁନ ବନିବ

ପୂର୍ଣ୍ଣ ହେବ ସେ ସଙ୍କେତ।୫।


ନିୟନ୍ତ୍ରଣ ପାଇଁ କାନୁନ ଜରୁରୀ

ଅତି ଶୀଘ୍ର ପୂର୍ଣ୍ଣ ହେବ,

ଜନତା କର୍ତ୍ତବ୍ୟ ଦେବେ ସମର୍ଥନ

ଜନ ନିୟନ୍ତ୍ରଣ ହେବ।୬।


କର୍ତ୍ତବ୍ୟ ହିଁ ରହୁ କର୍ତ୍ତବ୍ୟ ପଥରେ

ଆମେ ଦୁଇ ଆମ ଦୁଇ,

ଏହି ମନ୍ତ୍ର ଯେବେ ଗୁଞ୍ଜିବ ଦେଶରେ

ନ ରହିବ ଦୁଃଖ ଭାଇ।୭।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ଦେଶର ଜନଙ୍କୁ ମୋର,

ନିୟନ୍ତ୍ରଣ ହେଉ ଜନସଂଖ୍ୟା ବୃଦ୍ଧି

ଖୁସିରେ ରହୁ ସଂସାର।୮।


ଭିଡ଼ ନିୟନ୍ତ୍ରଣ ତେଵେ ହିଁ ହୋଇବ

ସଂଖ୍ୟା ବଳ ନିୟନ୍ତ୍ରଣେ,

ନିଅଣ୍ଟ ନ ହେବ ଜନ ଆବଶ୍ୟକ

ଜନସଂଖ୍ୟା ନିୟନ୍ତ୍ରଣେ।୯।


ଗରିବତା ଆଉ ନ ରହିବ ଦେଶେ

ଅଭାବ ନ ହେବ କାର,

ଭିଡ଼ ବିଭୀଷିକା କମି ଯିବ ଦେଶରୁ

ନିଅଣ୍ଟ ନ ହେବ କାର।୧୦।


ଶକ୍ତିଶାଳୀ ହେବ ଦେଶ ଅର୍ଥନୀତି

ଆତ୍ମନିର୍ଭରଟି ଦେଶ,

ସବୁ କ୍ଷେତ୍ରେ ଦେଶ ପ୍ରଗତି କରିବ

ଆତ୍ମବିଶ୍ୱାସର ଦେଶ।୧୧।


ଜୁଲାଇ ଏଗାର ହିଁ ମହତ୍ତ୍ୱପୂର୍ଣ୍ଣ

ଜନସଂଖ୍ୟା ଦିବସଟି,

ଜନସଂଖ୍ୟା ପାଇଁ ଜାଗ୍ରତ ଦିବସ

ନିୟନ୍ତ୍ରଣ ଦିବସଟି।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍