STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଜନସେବା ହିଁ ଧର୍ମ

ଜନସେବା ହିଁ ଧର୍ମ

1 min
381


ସଙ୍ଗେ ପ୍ରଭୁ ଭକ୍ତି ଅଟେ ଜନସେବା 

ମନୁଷ୍ୟ ମାତ୍ରେ ହିଁ ଧର୍ମ

କର୍ମ କରେ ସେହୁ ଜନତା କଲ୍ୟାଣେ

ଜୀବନେ ପବିତ୍ର ଧର୍ମ।


   ଜନସେବା ପରି ଧର୍ମ ନାହିଁ କିଛି

   ବିଭୁ ବଚନଟି ସେହୁ

   ନିଃସ୍ୱାର୍ଥ ଭାବରେ ସେବା ହିଁ କର୍ତ୍ତବ୍ୟ

   ମନୁଷ୍ୟ କର୍ମ ହିଁ ଏହୁ।


ରାଜନୀତି ପଥ କର୍ମରେ ଜଡ଼ିତ 

ଜନତା କଲ୍ୟାଣ ପାଇଁ

ଲଜ୍ଜ୍ୟା ଲାଗେ ଦେଖି ନେତାଙ୍କର କାର୍ଯ୍ୟ

କାର୍ଯ୍ୟ ହିଁ ସ୍ୱାର୍ଥର ପାଇଁ।


  କଳିଯୁଗ ଏହୁ ସ୍ୱାର୍ଥରେ ଜଡ଼ିତ

  ରାଜନୀତି ସ୍ୱାର୍ଥ ପାଇଁ

  କଳେ ଓ କୌଶଳେ ସତ୍ତା ପାଇବାଟା

  ଦୁର୍ଭାଗ୍ୟ ରାଷ୍ଟ୍ରର ପାଇଁ।


ସ୍ୱାର୍ଥ ଅଛି ଯାରେ କି ହେବ ନେତାରେ 

କେବଳ ସତ୍ତାରେ ମନ

ସେବା ଜନତାଙ୍କ ନହେବ ତାଙ୍କରେ


ଆସିଛି ଚିହ୍ନିତ ଦିନ।


  ଗଠବନ୍ଧନଟି ଶତ୍ରୁ ଦେଶ ସଙ୍ଗେ

  ହୁଙ୍କାର କରନ୍ତି ନିତି

  ନିରୀହ ଜନତା ଆସନ୍ତି କଥାରେ

  ତାଙ୍କ ପ୍ରଲୋଭନ ନୀତି।


ରାଜନୀତି ଏବେ ଟଙ୍କାରେ ଜଡ଼ିତ 

ମଦ୍ୟ ବିତରଣ ନୀତି

ଖୁଆଇ ମଦ୍ୟକୁ ଟଙ୍କା ବାଣ୍ଟୁ ଛନ୍ତି

କରୁଛନ୍ତି ରାଜନୀତି।


  କଳ୍ପନାଟି କର ଆତ୍ମାରେ ନିଜର

  ଦେଖ ନେତାଙ୍କର କାର୍ଯ୍ୟ  

  କରିବେ କି ସେବା ସତ୍ତାକୁ ପାଇଲେ

  ଜନତା କଲ୍ୟାଣେ କାର୍ଯ୍ୟ।


ଜନତା ଶିକ୍ଷିତ ଜ୍ଞାନୀ ବି ଅଟନ୍ତି 

ଚିହ୍ନିତ କରିବେ ହୃଦେ

କେଉଁ ପାଟି କାର୍ଯ୍ୟ ଜନତା କଲ୍ୟାଣେ

ଭାବି ଦେଖ ଥରେ ହୃଦେ।


   

  କିଏ କରୁ ଅଛି ରାଷ୍ଟ୍ରର ଉନ୍ନତି

  ଗୌରବ ଆଣୁଛି ଦେଶେ

  ବିଶ୍ୱରେ ଗୁଞ୍ଜୁଛି କାହାର ପ୍ରତିଭା

  ହେଉ ସମର୍ଥନ ଦେଶେ।


ଲଙ୍କାକୁ ଜିତିଲେ ରାବଣ ମାରିଲେ 

ସ୍ୱର୍ଣ୍ଣ ଲଙ୍କେ ନାହିଁ ମନ

ବିଭୀଷଣେ ଦେଇ ସୁବର୍ଣ୍ଣ ଲଙ୍କାକୁ

ଅଯୋଧ୍ୟା ଧାମେ ଗମନ।


  ରାଜା ହେଲେ ସେହୁ ଅଯୋଧ୍ୟା ରାଜ୍ୟରେ

  ନିଃସ୍ୱାର୍ଥେ ଜନ ପାଳନ

  ରାମରାଜ୍ୟ ପରି ଶାସନ ଦେଶରେ

  କରନ୍ତି ଉନ୍ନତି ଜନ।


ଏତେ ବର୍ଷ ପରେ ଦେଶେ ଆବିର୍ଭୁତ 

ଦେଶର ପ୍ରଧାନ ରୂପେ

ରାଷ୍ଟ୍ରର ଗୌରବ ଗୁଞ୍ଜୁ ଅଛି ବିଶ୍ୱେ

ଆତ୍ମନିର୍ଭରର ରୂପେ।


 ଭୟ ନାହିଁ ଆଉ ଶକ୍ତିଶାଳୀ ଦେଶ

 ବିଶ୍ୱଗୁରୁ ପରି କାର୍ଯ୍ୟ

 ଭ୍ରଷ୍ଟାଚାର ନାହିଁ ଡିଜିଟେଲ୍ ଯୁଗେ

 ହେଉଛି ଜନତା କାର୍ଯ୍ୟ।



Rate this content
Log in