STORYMIRROR

Samar Ballav Bhoi

Children Stories Tragedy Inspirational

3  

Samar Ballav Bhoi

Children Stories Tragedy Inspirational

ଜଣେ ପାଗଳୀ ମା

ଜଣେ ପାଗଳୀ ମା

1 min
232



ମାଆ ଶବ୍ଦଟା ଏତେ ଆପଣାର

ଭୁଲିବାଟା ଭାରି କଷ୍ଟ

ମାଆ ମମତା ତ ଅଟେ ଯେ ମନ୍ଦିର

ଲକ୍ଷ୍ୟ ହୁଏ ନାହିଁ ଭ୍ରଷ୍ଟ।।


ପୁଅ ପାଇଁ ମନ ବହୁତ ବ୍ୟାକୁଳ

କିଛି ଯଦି ଘଟେ ଅଘଟଣ

ସନ୍ତାନ ପାଇଁ ସେ ବହୁତ ସରଳ

ବିଗତ ହୁଏ ତା ସବୁ କ୍ଷଣ।।


ଏମିତି ଘଟଣା ଘଟିଥିଲା ଦିନେ

ସୁନନ୍ଦା ମା'ର ଜୀବନେ

ପୁଅକୁ ହରାଇ ମାଆ ହୋଇ ଥିଲା

ପାଗଳୀ ମଣିଷ ଦିନେ।।


ସବୁଦିନ ପରି ନଥିଲା ସେଦିନ

ପାଗଳୀ ମା'ର ସ୍ଵଭାବ

ନିରବ ମନରେ ଆତଯାତ କରେ

ଲୋକେ କୁହାକୁ‌ହି ଦେଖ।।


ଅପେକ୍ଷାରେ ଥାଏ ମା'ର ମମତା

ସନ୍ତାନ ପାଖରେ ସଦା

କେବେ କି ଫେରିବ ପଥିକ ଅଫେରା  

ଅନାଇ ଦେଖେ ସେ ଝରକା।।



 


Rate this content
Log in