STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଜଣାଣ କରୋନାର ଷଷ୍ଠ ଦିବସେ

ଜଣାଣ କରୋନାର ଷଷ୍ଠ ଦିବସେ

1 min
271


ଆକାଶ, ପାତାଳ, ଧରିତ୍ରୀ ଏକାକାର

ସବୁଠାରେ କରୁଣ ଚିତ୍କାର

ଅସଂଖ୍ୟ ଜୁଇ ଧୂଆଁରେ

ପୃଥିବୀର କୋଣ ଅନୁକୋଣ

ପୁତୀମୟ ଦୁର୍ଗନ୍ଧରେ,  

ନିଶ୍ଚଳ ସୁଗନ୍ଧିତ ଚନ୍ଦନ ବନ ।।


ମାନବ ସଭ୍ୟତା ଧ୍ବଂସାଭିମୁଖୀ

ସତେ ଯେମିତି ଗିଳି ଦେଉଛି 

କେଉଁ ଦୁଷ୍ଟ ଅଦୃଶ୍ୟ ଶକ୍ତି ।।


ବୈଦିକ ଯୁଗରୁ ଭାରତବର୍ଷେ ଅନେକ ପୁଣ୍ୟାତ୍ମା

ଆଣିଛନ୍ତି ଅନେକ ଉତ୍କର୍ଷ,

ତନ୍ମଧ୍ୟରୁ କଳିଙ୍ଗ ପ୍ରଦେଶ ।।


ନୀଳାଚଳେ ଉଡେ ନୀଳଚକ୍ର

ପତିତପାବନ ବାନା

ତା ଛାଇତଳେ ଉଦ୍ଧାର ପାଇଛନ୍ତି

ଅନେକ ପତିତ ।।


କେତେବେଳେ କେଉଁ ରୂପେ ସେ ଚକାନୟନ

ଭକ୍ତ ରକ୍ଷାର୍ଥେ ଆସିଛନ୍ତି ରଚିଛନ୍ତି ଲୀଳା

ଆଜି ଏ ବିପଦବେଳେ ହେ ବିପଦ ଭଞ୍ଜନ

ଉଦ୍ଧାରିବ ମହାବାହୁ ବୁଡୁଥିବା ଭେଳା ।।


କରୋନା ଭୟେ ଆଜି ବିତେ ଷଷ୍ଠ ଦିନ 

ଏମିତି ଭାବନା ନେଇ 

ତୁମ ପଦପଙ୍କଜେ କରୁଛି ଜଣାଣ ।।



Rate this content
Log in