STORYMIRROR

pranati Mahapatra

Others

3  

pranati Mahapatra

Others

ଜନମି ତୋର କୋଳେ

ଜନମି ତୋର କୋଳେ

1 min
235

ଜନମିଲି ମାଆ ତୋହରି ଗରଭୁ,

ଶିଖିଲି ତୋହରି ଭାଷା,

ତୋ ଅମୃତ ପାନେ ହୋଇ ଏତେବଡ଼

ପୂର୍ଣ୍ଣ କରିବି ତୋ ଆଶା।

ତୋ ପଣତ ପରା ଶ୍ରୀମନ୍ଦିର ନେତ,

ବାଜିଗଲେ ମୋର ଦେହେ,

ତୋର ପଦଧୂଳି ଦେହେ ବୋଳି କହେ

ମୋଠୁ ଭାଗ୍ୟବାନ କେହି ନୁହେଁ।

ଦେ ମା ଆଶିଷ ଲଙ୍ଘିଯାଏ ଗିରି 

ସତ୍କର୍ମରେ ରଖି ମନ,

ଅନ୍ୟାୟ ଅପଥେ ନ ନଇଁ ମୁଣ୍ଡ

କରିବି କାର୍ଯ୍ୟ ମହାନ।

ମାଆ ମୋ ଭାରତୀ

ରଖିବି ତୋ କୀର୍ତ୍ତି

ଅକ୍ଷୁର୍ଣ୍ଣ ଏ ଧରାରେ,

ସୁଯୋଗ୍ୟ ଦାୟାଦ

ହେବି ତୋର ମାଆ

ସଦା ଜନମି ତୋର କୋଳରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍