STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ଜନ୍ମଦିନ

ଜନ୍ମଦିନ

1 min
290

ଜନ୍ମଦିନ ଆସିଲାଣି ମୋର,

ରେ ଭାଇ ମନେ ଅଛି କି ନାହିଁ

ଟିକେ ହେଲେ ଚିନ୍ତା ନାହିଁ ତୋର, 

ସଜା ସଜି କରୁନୁ କାଇଁ?


କରୋନାର କଟକଣା ପାଇଁ,

କେହି ସାଙ୍ଗ ଆସିବେ ନାହିଁ

ବାପା ମା ଆଉ ତୋ ସାଥେ, 

ପାଳିବି ବୋଲି ଭାବିଛି ମୁହିଁ।


କହ କେବେ ଆଣିଦେବୁ ଭାଇ,

ନୂଆ ଡ୍ରେସ୍ ମୋ'ରି ପାଇଁ

ବେଲୁନ୍ ଆଉ କେକ୍ ଉପହାର,

କହ ମୋତେ ଦେବୁ କି ନାହିଁ?


ବନ୍ୟାଞ୍ଚଳ ଆଡ଼କୁ ସାଙ୍ଗରେ, 

ଥରେ ବୁଲି ଆସିବା ଯାଇ

କିଣିଥିବୁ ଚୁଡ଼ା ଗୁଡ଼ ବିସ୍କୁଟ୍, 

ସେମାନଙ୍କୁ ଦେବାରେ ନେଇ।


ମିଠା କିଛି ନେଇ ଆସି ଥିବୁ, 

ପାଖ କୁନି ପିଲା ଙ୍କ ପାଇଁ

କରିବୁନି ଡେରି କହି ଦେଲି, 

ଆଣିବୁ ସବୁ ସଅଳ ଯାଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍