ଜନ୍ମଦିନ
ଜନ୍ମଦିନ




ଜନ୍ମରାଶି ଲଗ୍ନ ତିଥିବାର ସ୍ଥାନ
ସବୁ ବଦଳି ଚାଲୁଛି ଚାଲିଵ
ପ୍ରାଣୀ ନେବ ଜନ୍ମ ପରେ ଜନ୍ମ
ମଣିଷ ପାଳେ ଖୁସିରେ ଜନ୍ମଦିନ
କଣ ବର୍ଷେ ଗଲା ଵୋଲି ନା
ଯାହା କରିନି ଘଟିନି ହେବ ବୋଲି ।
ଆସୁଛି ଆହୁରି ସମସ୍ୟା
ଆକ୍ଷେପ କରିପାରେ ସମାଜ
ମଞ୍ଚର ଖସି ତୋତେ
ହୁଏତ ଦେଖିପାରେ
ତଥାପି ହରାଇଵନି ସାହାସ
କୃଷ୍ଣଙ୍କ କଳାରେ ଜନ୍ମ ବଂଶୀ ଶୁଭୁଛି ବୋଲି ।
ଗଲାଣି ବହୁଦିନ ସେଦିନ
ଜେଜେମା ଇଙ୍ଗିତରେ ହେଉଥିଲା ଜନ୍ମଦିନ
ଚକୁଳି ପିଠା, ମିଠା, କ୍ଷୀରି
ପଶି ଆସିଲା ଅପସଂସ୍କୃତି
ଆଜି ହାପି ବାର୍ଥ ଡେ, ଆ...ଫୁ.....ସ୍
ଖାଇବା ଏଥର କେକ୍
ଲିଭିଗଲା ମହମବତୀ ।
ପାଳନ୍ତିନି ଏମାନେ ସୁନିଆ, ଵାମନ ଜନ୍ମ
ରାଧାଷ୍ଟମୀ ନା ଖୁଦୁରୁକୁଣୀ
ଏମାନଙ୍କ ପର୍ବପର୍ବାଣୀ କହିଲେ
ସେଇ ଅପସଂସ୍କୃତି, ବାର୍ଥ ଡେ
ମ୍ୟାରେଜ୍ ଡେ, ଅମୁକ ଡେ
ଜାଣନ୍ତିନି କି ପିଲାକୁ ଜଣେଇ ପାରନ୍ତିନି ।
ଜନ୍ମଦିନ ପରେ ଜନ୍ମଦିନ
ପିଲାଦିନର କାଗଜଡଙ୍ଗାରେ ଶ୍ରାବଣ
ବଦଳିଯାଏ ପୁଲକରେ, ବୟସ ଚକ୍ରରେ
ବୟସର ଅପରାହ୍ଣ ରେ ସୂର୍ଯ୍ୟଙ୍କ ଲାଲିମାରେ
ଶ୍ରୀକୃଷ୍ଣଙ୍କ ମୟୁର ଚନ୍ଦ୍ରିକାରେ ରସସିକ୍ତ ହେଉ
ମନେ ପଡେ ପିଲାଦିନ ଏବଂ ଅସହିଷ୍ଣୁ ମୁହୂର୍ତ୍ତର ଅନୁଭୂତି ।
ପ୍ରଭୁଙ୍କ ପାଦପଦ୍ମରେ ପ୍ରାର୍ଥନା
ଆଗାମୀ ଦିନଗୁଡ଼ିକ ହୋଇଉଠୁ ସମ୍ଭାବନାମୟ
ପ୍ରତ୍ୟେକଟି ମୂହୁର୍ତ୍ତ ସ୍ମୃତି ଆଙ୍କିବାକୁ ଆଗୋଉ
ରଙ୍ଗ ଓ ତୂଳୀ ପରି କଥା ଚାଲନ୍ତୁ
ଇତିହାସର ସ୍ମୃତିକୁ ପାଥେୟ କରି
ଅନୁଭବ ଓ ଅନୁଭୂତିକୁ ସାଥି କରି ।