The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Chittaranjan Parida

Others

3.5  

Chittaranjan Parida

Others

ଜନ୍ମଦିନ

ଜନ୍ମଦିନ

1 min
150


ଆଜି ମୋ ଜନମ ଦିନ

ଆଜି ମୋ ଖୁସିର ଦିନ

ସାଙ୍ଗସାଥୀ ମୋ ଆସିବେ

ଉପହାର ଆଣି ଦେବେ

ଖୁସିରେ ବିଭୋର ମୋର

    ଅମାନିଆ ମନ।


    ଆଜି ମୋ ଜନମ,

ମାଆ କହୁଥିଲା ଦିନେ

ଜନମ ହେବାର କ୍ଷଣେ

କାନ୍ଦୁଥିଲି ରାହା ନେଇ

କୁଆଁ କୁଆଁ ରାବ ଦେଇ

ମାଆ ମୋର ହସୁଥିଲା

     ଶୁଣି ମୋ କ୍ରନ୍ଦନ ।


     ଆଜି ମୋ ଜନମ,

ଆସିଲେ ଜନମ ଦିନ

ମାଆ ମୋ ହୁଏ ଉଚ୍ଛନ୍ନ

ପିଠା ପଣା ଭୋଜି ଭାତ

ତିଆରିରେ ହୁଏ ରତ

ବାପାଙ୍କୁ ସେ କହିଥାଏ

     ବଢୁଛି ମୋ ଧନ ।


     ଆଜି ମୋ ଜନମ,

ବାପା ଗମ୍ଭୀରେ ହସନ୍ତି

ଫେଡାଣ ସ°ଖ୍ୟା କହନ୍ତି

ପୁଅ ଆମ ବଢୁ ନାହିଁ

ଦିନୁ ଦିନ ଛିଡେ ସେହି

ଶୁଣି ଅବୁଝା ହୁଅଇ

   ମୋ ଚଗଲା ମନ ।


    ଆଜି ମୋ ଜନମ,

ଜନ୍ମ ଥିଲେ ମୃତ୍ୟୁ ଆସେ

ଶୁଣିଥିଲି ଗୁରୁ ପାଶେ

ଆସିଛୁ ଯେଉଁଠୁ ତୁହି

ଫେରିଯିବୁ ପୁଣି ତହିଁ

ଜାଣି ଅଜଣାରେ ଛନ୍ଦେ

    ଏ ମାୟା ବନ୍ଧନ ।

    ଆଜି ମୋ ଜନମ, ।

        


Rate this content
Log in