STORYMIRROR

Renuka Samal

Others

2  

Renuka Samal

Others

ଜନ୍ମଦିନ

ଜନ୍ମଦିନ

1 min
154

କିଏ ଖୁସିର ସମ୍ଭାର ରେ ଫାଟିପଡେ ତ!

ଆଖିରୁ କାହାର ଶ୍ରାବଣର ଧାରା ଛୁଟେ।

କିଏ ତାର ପାରିଲା ପଣକୁ ଜାହିରି କରି ବସେ ତ!

କିଏ ତା ହଜିଲା ଅତୀତକୁ ରୋମନ୍ଥନ କରେ।

କିଏ ଜନ୍ମଦିନକୁ ନେଇ ଭାବନା ରାଇଜରେ ବିଚରଣ କରେ ତ!

କିଏ ତା ଭାଗ୍ୟକୁ ସମ୍ଭାଳୁ ସମ୍ଭାଳୁ ସାଉଁଣ୍ଟି ଚାଲେ ବିଡ଼ମ୍ବନା କୁ।

ଜନ୍ମଦିନ ଏମିତି ଆସେ 

ସୁଖର ପସରା ମେଲି।

ସମାଜରେ ସ୍ଥିତି କୁ ପ୍ରମାଣ କରେ।

ନୂଆ ଦିନେ ପୁରୁଣା ରେ

ହୁଏ ରୂପାନ୍ତର,

ପୁଣି ବି ସ୍ଥିତି ହୀନ ହୋଇ

ଦୁନିଆଁରେ ହୁଏ ସେ ବେକାର।

ଜନ୍ମଦିନ ପାଳନ ତ ହୁଏ

ବହୁ ଆଡ଼ମ୍ବରେ

କେକ୍ କଟା ବେଲୁନ ଫଟା

ପାର୍ଟି ଗରମରେ।

ଚାଲୁ ,କାର କି ଯାଏ ଆସେ ?

ଝୁମ ଯେତେ ଖୁସି ସମ୍ମୋହନେ

ଫୁଟ୍ ପାଥ ଯାର ଶୟନର କକ୍ଷ

ଆକାଶର ନୀଳ ନୀଳିମାରେ

ହଜି ହଜି ସ୍ୱପ୍ନ ଦେଖେ ଯେ

ଅର୍ଥ ହୀନ ତା ପାଇଁ ଏ 

ଜୀଇଁବାର ଯେତେ ପ୍ରୋତ୍ସାହନ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍