ଜନ୍ମଦିନ
ଜନ୍ମଦିନ
1 min
345
ସଭିଏଁ ପାଳନ୍ତି ତୁମ ଜନ୍ମଦିନ
ବିଜୁଳି କନ୍ୟାକୁ ଭୂଲି ।
ପାଗଳ ହୁଅନ୍ତି ଦେଖିବାପାଇଁ କି
ଟିକେ ତୁମ ମୁହଁ ଲାଲି ।
ତୁମ ପୂଜାର୍ଚ୍ଚନା କରୁଛି ଜଗତ
ଅଷ୍ଟମୀ ତିଥିରେ ଆଜି ।
ମା ଯେ ଧରାରେ ଅବତରିଥିଲେ
କଂସ ମୃତ୍ୟୁ ଦୂତ ସାଜି ।
ବର୍ଷଣ ମୁଖର ସେ ରାତି ସତେକି
ନୁଆଇଁ ଥିଲା ତା ମଥା ।
ଶକ୍ତୀସ୍ୱରୁପିଣୀ ଜଗତ ଜନନୀ
ଗଲେ କଂସ ହାତୁ ଯଥା ।
ଗୋପ ନଗରରେ କଳାକାହ୍ନୁ ଯେବେ
ଆରମ୍ଭିବେ ଗୋପଲୀଳା ।
ଆକାଶ ପାତାଳ ଆଉ ସ୍ୱର୍ଗ ପୁର
ଲୋକେ ହୋଇବେ ବାଉଳା ।
ଅସତ୍ୟ କଟିବ ପାପ ହଟିଯିବ
ସତ୍ୟର ବିଜୟ ବାନା ।
ଉଡ଼ାଇବ ନିଶ୍ଚେ ଅବତାର ନେଇ
ଗୋପର କାଳିଆ କାହ୍ନା ।
