STORYMIRROR

GAGAN KUMAR DASH

Others

3.4  

GAGAN KUMAR DASH

Others

ଜନ୍ମଦିନ

ଜନ୍ମଦିନ

1 min
235



କେଉଁ ଏକ ଅଜଣା ସହରୁ

ଅଖୋଲା ଆଖିରେ

କୁଆଁ କୁଆଁ ରାବ ଦେଇ

କେମିତି ଆସିଲି ?

କାହିଁକି ଆସିଲି ?

ମୁଁ ତ ଜାଣିନି

ତଥାପି

ମୋ ବୋଉ କୁହେ

ତୁ ଜନ୍ମ ହେଲୁ ।


ସେହି ଦିନ

ସେ ସମୟ

ସେ ମୂହୁର୍ତ୍ତ

ସେ ଶୁଭ ଲଗ୍ନରେ

ମୋ ବୋଉ କୁହେ

ଏ ତୋ ଜନ୍ମଦିନ ।


ମାଁ ର ଯନ୍ତ୍ରଣା

ଦଶ ମାସ ଦଶ ଦିନ

ତା ଅନ୍ଧାରୀ ଗର୍ଭରେ

ଜାଗ୍ରତ ପ୍ରହରୀ ଭଲି

ଅପେକ୍ଷା କରେ

ଅନୁଭବ କରେ

ଆସନ୍ନ ବିପଦ

ବନ୍ଧ୍ୟା ଦୋଷରୁ ପାରିହେବା ପାଇଁ

କେତେ ଠାକୁର ଦର୍ଶନ / ପୂଜନ

ଅନେକ ସମର୍ପଣ

ନୀତି ନିୟମର ଦଉଡିରେ

ବାନ୍ଧି ହୋଇ

ନିଜେ କଷ୍ଟ ପାଇ

ପରିବାରର ଆନନ୍ଦ ପାଇଁ

ମତେ ଜନ୍ମ ଦେଲା 

ମୋ ବୋଉ କୁହେ

ବାପରେ,

ଏ ତୋ ଶୁଭ ଜନ୍ମ ବେଳା

ଏ ତୋ ଜନ୍ମଦିନ ।


ଅସହ୍ୟ ଯନ୍ତ୍ରଣା ରେ

ଛଟପଟ ହେଉଥାଏ

ମଝି ଘର ଗୋଟେ-

କୋଣେ ରହି

>

ମୋ ଆଈ

ତା ପାଖରେ ଧାଈ

ମୋ ଜେଜେ ଓ ଜେଜେମା

ଅପେକ୍ଷା 

ଆଗାମୀ ବଂଶଧର ପାଇଁ

ମୁଁ ଜନ୍ମ ହେଲି

ରକ୍ତ ଓ ଲାଳ ଜୁଡୁବୁଡୁ ହୋଇ

ବୋଉ ପେଟରୁ

ଅଲଗା ହୋଇଯିବା ପରେ

ପୃଥିବୀକୁ ସ୍ପର୍ଶ କରୁ କରୁ

କୁଆଁ କୁଆଁ ରାବ ଛାଡିଲି

ଖାଇବାକୁ ଚିତ୍କାର କଲି

ମୋ ବୋଉ,

ସମସ୍ତ ଯନ୍ତ୍ରଣା ଭୁଲି

ତା ଛାତିକୁ କୁ

ଟେକି ନେଲା

ମୁଁ ଅନେକ ଦିନରୁ

ଭୋକିଲା ଭଲି

ମୋ କ୍ଷୁଧା ମେଣ୍ଟାଇଲି

ବୋଉ କହିଲା

ମୋ ଧନ ଗଲାମାଳୀ

ସେ ଦିନ ମୁଁ ଜନ୍ମ ହେଲି।


ସେ ଦିନରୁ ଆଜି ପର୍ଯ୍ୟନ୍ତ

ସେହି ଲଗ୍ନ 

ସେହି ବେଳା

ସେ ନକ୍ଷତ୍ର

ସେ ସମୟରେ

ମୋ ବୋଉ ଜନ୍ମଦିନ ପାଳେ

ଷଷ୍ଠୀଦେବୀ ପୂଜାର୍ଚ୍ଚନା କରେ

ଦୁଧଭାତ ଓ ଚକୁଳି ସମର୍ପେ

ମୋ ବୋଉ କୁହେ

ଆଜି ତୋର ଜନ୍ମଦିନ

ଅନେକ ଶୁଭ ମନାସି

ଭଗବାନଙ୍କ ନିକଟରେ

ନିଜକୁ ସମର୍ପି ଦିଏ ।

ସେହି ଦିନ

ମୋର ଜନ୍ମଦିନ ହୁଏ ।


Rate this content
Log in