STORYMIRROR

Sagar Kumar Parida

Children Stories Inspirational Children

4  

Sagar Kumar Parida

Children Stories Inspirational Children

ଜନ୍ମଦିନ

ଜନ୍ମଦିନ

1 min
298

ଆଜି ଅଟେ ମୋର ଜନମ ଦିନ,

ଭାରି ଖୁସି ଅଛି ମୋହରି ମନ ।।

ସକାଳୁ ଉଠି ମୁଁ ମନ୍ଦିର ଯିବି

ମନ୍ଦିରେ ପ୍ରଭୁଙ୍କୁ ପୂଜା କରିବି ।।

ଗୁରୁ ଗୁରୁଜନେ ପ୍ରଣାମ କରି

ଆଶିଷ ତାଙ୍କର ସାଥିରେ ଧରି ।।

ବାପା ଆଣିଥିବା ନୂଆ ଜାମାକୁ

ପିନ୍ଧିବି ଖୁସିରେ ପ୍ରଣମି ତାଙ୍କୁ ।।

ସନ୍ଧ୍ୟାରେ ଆସିବେ ମୋ ସାଙ୍ଗମାନେ

କେକ କାଟିବି ତାଙ୍କ ଗହଣେ।।

ପୂଜାପାଠ ହେବ ଆମରି ଘରେ

ଭୋଜିଭାତ ଦେବୁ ଆମ ଗାଁରେ ।।

ଭୋଜି ଖାଇ ସର୍ବେ ହୋଇବେ ଖୁସି

ଶୁଣିବେ ପାଲା ଗାଁ ଦାଣ୍ଡରେ ବସି ।।

ଜନମ ଦିନରେ କରେ ଶପଥ

ରଖିବି ଦେଶର ମାନ ମହତ।।

ଦୁଃଖୀ ରଙ୍କି ସେବା କରିବି ମୁହିଁ

ସମସ୍ତଙ୍କ ମୁହେଁ ହସ ଫୁଟାଇ ।।

ଦେବିନି କାହାର ମନରେ ଦୁଃଖ

ଜନ୍ମଭୂମିର ମୁଁ ରଖିବି ଟେକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍