STORYMIRROR

Baijayantimala Rout

Others

3  

Baijayantimala Rout

Others

ଜନ୍ମଦିନ ଶୁଭେଚ୍ଛା

ଜନ୍ମଦିନ ଶୁଭେଚ୍ଛା

1 min
354

ଜନମ ଦିନର ଶୁଭେଚ୍ଛା ଜଣାଏ 

ହୃଦୟ କନ୍ଦରୁ ମୋର,

ହସ ଝରିପଡୁ ଓଠରୁ ତୁମର 

ସୁଖରେ ବିତୁ ସଂସାର ।

ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ

ବିପଦେ ଆପଦେ ତୁମ,

ଚଲାପଥ ତୁମ ହେଉ କୁସୁମିତ

କେହି ନାହିଁ ତୁମ ସମ ।

ଜଗନ୍ନାଥଙ୍କର ଅପାର କରୁଣା

ଝରିପଡୁ ତୁମ ଠାରେ,

ଶୁଭ ଦିବସରେ ସଦା ଖୁସି ରୁହ

ଏଇ ଶୁଭ ଅବସରେ ।

କବିତା ଛନ୍ଦରେ ଶୁଭେଚ୍ଛା ବାରତା 

ଦେଉଛି ମୁହିଁ ପଠାଇ,

ଶବ୍ଦ ସାଥେ ପ୍ରେମ ସାଉଁଟି ନେବ ହେ 

ଅଭିମାନକୁ ଦୂରେଇ ।



Rate this content
Log in