STORYMIRROR

Ajit Kumar Raut

Children Stories

3  

Ajit Kumar Raut

Children Stories

ଜନ୍ମଦିନ ହିଁ ବଡ଼ ଶିଶୁର ସଂସାରେ

ଜନ୍ମଦିନ ହିଁ ବଡ଼ ଶିଶୁର ସଂସାରେ

1 min
241

ଟିକି ନାତୁଣୀ ମୋ ବଡ଼ ଅଭିମାନୀ

ଜନ୍ମଦିନ ଅଟେ ତାର,

ଶ୍ରଦ୍ଧା ନାମ ତାର ଅତି ହିଁ ସୁନ୍ଦର

କରେ କୋଳାହଳ ଘର।୧।


ଜନ୍ମଦିନେ ତାର ହାର୍ଦ୍ଦିକ ଶୁଭେଛା

ଅଭିନନ୍ଦନଟି ମୋର,

ଖୁସିରେ ରହୁରେ ଟିକି ନାତୁଣୀ ମୋ

ଅଭିଳାଷ ପୁରୁ ତାର।୨।


ଘୋଡା କହି ଦେଲେ ରାଗିଯାଏ ସିଏ

କଥା ନ କୁହଇ ମତେ,

ଗେହ୍ଲା ଭଉଣୀଟି କହି ଦେଲେ ପୁଣି

ହସି ଦିଏ ପୁଣି କେତେ।୩।


କଥାରେ କଥେଇ ପଢାରେ ଚତୁର

ଅଭିମାନୀ ଅଟେ ସେହି,

ଭାଇକୁ ତାହାର ମାରି ଦିଏ ପୁଣି

ନିଜେ କାନ୍ଦି ଉଠେ ସେହି।୪।


ମାଆ ପାଖେ ଯାଇ ଗୁହାରି କରଇ

ଭାଇ ମାରି ଦେଲା ମତେ,

ବଡ଼ ହିଁ ମିଛେଇ ଅଭିନୟ କରେ

ଘୋଡ଼ା ହୋଇ ଅଛି ସତେ।୫।


ସମସ୍ତଙ୍କ ଗେହ୍ଲା ଅତି ଅଭିମାନୀ

ଘରକୁ ଚହଳ କରେ,

ନୂତନ ପୋଷାକେ ସୁସଜ୍ଜିତ ହୋଇ

ଚାଲୁ ଥାଏ ଧୀରେ ଧୀରେ।୬।


ଅତି ସୁକୁମାରୀ ନାତୁଣୀଟି ମୋର

ନାହିଁ ତାର ପଟାନ୍ତର,

ସମସ୍ତଙ୍କ ସ୍ନେହା ଶ୍ରଦ୍ଧାର ନାତୁଣୀ

କି ଦେଇ ବର୍ଣ୍ଣିବି ତାର।୭।


ଟିକି ନାତୁଣୀ ମୋ ବଡ଼ ଅଭିମାନୀ

ଜନ୍ମଦିନ ଅଟେ ତାର,

ଶ୍ରଦ୍ଧା ନାମ ତାର ଅତି ହିଁ ସୁନ୍ଦର

କରେ କୋଳାହଳ ଘର।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍