STORYMIRROR

Ranjan kumar Mohanty

Others

3  

Ranjan kumar Mohanty

Others

ଜନ୍ମଭୂମି ମାଆ

ଜନ୍ମଭୂମି ମାଆ

1 min
277

ଜନମ ଦେଇନି ତଥାପି ସେ ମା

ମୋର ପରିଚୟେ ଯୋଡ଼ା ତା ନାଁ

ବାହାର ଦେଶକୁ ଗଲେ

ଜାତୀୟତା ରୂପେ ତାର ପରିଚୟ ବିପଦରେ ମୋରସାହା !


ମା ବି ଦିନେ ଛାଡି ଚାଲିଯାଏ

ହେଲେ ଚିରଦିନ ସାଥେ ଥାଏ ସିଏ

କୋଳକୁ କୋଳେଇ ନିଏ

ଜଳିଲେ ଜୁଇ ନିଆଁ!


କୋଳେଇ କାଖେଇ କରିନି ବଡ଼

ତଥାପି ଛାତିରେ ସହିଛି ଭାର

ଭରସା ସିଏ ଚିର

ଡାକଇ କୋଳକୁ ଆ !


Rate this content
Log in