ଜନ୍ମଭୂମି ହେବ ସରଗପୁର
ଜନ୍ମଭୂମି ହେବ ସରଗପୁର
ଏକ ରେ ଏକ ମିଶିଲେ ଦୁଈ
ଏଇ ମୋ ଜନମଭୂଇଁ
ତା ପାଇଁ ଭଲ କାମ କରିବି
ଶପଥ ନେଉଛି ମୁଇଁ ।
ଦୁଇ ରେ ଦୁଇ ମିଶିଲେ ଚାରି
ନାହିଁ ଆନ ମୋ ଦେଶ ପରି
ଜାତି,ଧର୍ମ,ବର୍ଣ୍ଣ ସବୁ ସମାନ
କିଏ ହେବ କୁହ ତାର ସରି ॥
ସିଏ ଅଟେ ମୋ ଭାରତ ମାତା
ପାଦ ଧୁଏ ଯା'ର ଗଙ୍ଗା ନିତି
ଶପଥ ନେବାରେ ସଭିଏଁ ଆସ
କରିବାନି ଅନ୍ୟାୟ ଅନୀତି ॥
ଆସରେ ଆସ ଭଉଣୀ ଭାଇ
କରିବା ମିଳିମିଶି ତାର ଜୟଗାନ
ସାହି ରୁ ସହର ସହରରୁ ଦେଶ
ସବୁଠି ରଖିବା ତାର ସମ୍ମାନ ॥
ତିନିରେ ତିନି ମିଶିଗଲେ ଛଅ
ତିନିରଙ୍ଗିଆ ପତାକା ଦେଖ
ମଝିରେ ରହିଛି ଅଶୋକ ଚକ୍ର
ଶିଖାଏ ନ ଦିଅ କାହାକୁ ଦୁଃଖ ॥
ଚାରି ରେ ଚାରି ମିଶିଲେ ହୁଏ ଆଠ
ସଂସ୍କୄତି ପରମ୍ପରା ର ଚୀର ପଢିବା ପାଠ
ଆସରେ ଆସ ଭଉଣୀ ଭାଇ ଯେତେ
ଶିଖିବା ତା ଠାରୁ ସୁଗୁଣ ନ କରି ଆଉ ମଠ ॥
ପାଞ୍ଚ ରେ ପାଞ୍ଚ ମିଶିଲେ ହୋଇଥାଏ ଦଶ
ସବୁଠୁ ଶ୍ରେଷ୍ଠ ଅଟଇ ଜାଣ ଆମଭାରତ ଦେଶ
ଗର୍ବ ଅହଂକାର ଆଜ ବଳି ଦେବାରେ ଆସ
ରଖିବାରେ ଆମ ଭାରତ ମାତାର ଯଶ ॥
ଦାରିଦ୍ର୍ୟତା ଆଉ ଆତଙ୍କବାଦ ହଟାଇଦେବା
ବାଲ୍ୟବିବାହ ସାଙ୍ଗେ ଅଳିଆ ହଟାଇବା ହେ ଆସ
ଦୁଷ୍କର୍ମୀଙ୍କୁ ଦଣ୍ତ ଦେଈ ନୂଆ ଭାରତ ଗଢିବା
ହାତରେ ହାତ ମିଶାଇ ଆଜି ପ୍ରତିଜ୍ଞା ନେବା ଆସ ॥
ସବୁରି ମୁହଁରୁ ଲୂହ ପୋଛି ଚେନାଏ ହସ ଦେବା
ସଭିଏଁ ଆମର ଭାଇଭଉଣୀ ଗରବେ ଆମେ କହିବା
ରୋଗ ନିଷ୍ଠୁରତା ଦୂରରେ ରଖି ରାଷ୍ଟ୍ରଦିବସ ପାଳିବା
ସାହିରୁ ସହର ପିଲାରୁ ବୁଢା ଏକାଠି ହୋଇ
ଜନଗଣ ମନ ଗାଉଥିବା ॥
ବୀରସହିଦଙ୍କୁ ସ୍ମରଣ କରି ସ୍ବଛ୍ଥ ଭାରତ ଗଢିବା
ଆମରି ପିଲାଙ୍କୁ ଦେଶ ପାଇଁ କିଛି କରିବା ପଣ କରିବା
ତ୍ରିରଙ୍ଗା ପତାକା ତଳେ ରହି ଆମେ ସର୍ବେ
ମାଆର ପାଦ ଛୁଇଁବା
ମାଆର ଆଖିରେ ଲୂହ ନ ଦେବାକୁ ନିତି ନଜର ରଖିବା ॥
