STORYMIRROR

Dasarathi Sahu

Others

3  

Dasarathi Sahu

Others

ଜନ୍ମାଷ୍ଟମିରେ ଯୋଗଜନ୍ମା

ଜନ୍ମାଷ୍ଟମିରେ ଯୋଗଜନ୍ମା

1 min
2.8K


ଯମୁନାର ଜଳ ବହେ କଳ କଳ

ରଙ୍ଗଭରା କୁଞ୍ଜବନ

ପଞ୍ଚମ ସ୍ୱରରେ କଦମ୍ବେ କୋଇଲି

ଗାଏ କୁହୁ କୁହୁ ତାନ

ଗଗନ ପବନ ଖୁସିରେ ନିମଗ୍ନ

ମତୁଆଲେ ଭିଜେ ମାଟି

ଟୁପୁରୁ ଟାପୁରୁ ଛିଟାର ଛୁଆଁରେ

ସୁଖ ସରାଗ ସାଉଁଟି

ଭାଦ୍ରବ କୃଷ୍ଣପକ୍ଷେ ଅଷ୍ଟମୀ ତିଥି

ଉଙ୍କିମାରେ ଉନ୍ମାଦନା

ଦେବକୀ ମାଆର ଅଷ୍ଟମ ଗର୍ଭରୁ

ଜନ୍ମିଥିଲ ଯୋଗଜନ୍ମା

ଏ ମିଠା ମୁହୁର୍ତ୍ତ ଭାବରେ ଉନ୍ମୁକ୍ତ

ହରେ କୃଷ୍ଣ ହରେ ହରେ

ଯୁଗ ପୁରୁଷହେ ଜାଗା ବିସ୍ତାରିଲ

ସଭିଙ୍କର ହୃଦୟରେ

ଗୋପ ଗୋପାଳୁଣୀ ରାଧିକା ରୁକ୍ମୁଣୀ

ସୁଦାମାର ଖୁଦଭଜା

କାଳୀୟ ଦଳନ ମାମୁଁର ମରଣ

ଦ୍ବାରିକା ଦେଶରେ ରାଜା

ଆହେ ଚିତ୍ତଚୋର ନଟିଆ ନାଗର

ଅନ୍ଧାରେ ଉଠିଛ ଉଇଁ

ଧର୍ମ ସଂସ୍ଥାପନ ଲାଗି ଧରଣୀରେ

ଆସ ମାଟିକୁ ଓହ୍ଲେଇ

ଏ କୀଟ ପତଙ୍ଗ ସ୍ଥାବର ଜଙ୍ଗମ

ଆଦି ପାଳ ଚରାଚର

ସୁଖ ଅପ୍ରମିତେ ସଦା ଭବ ହିତେ

ନର ବାନର କିନ୍ନର

ଢାଳି ଭକ୍ତି ଭାବ ଲୋଡୁନି ବିଭବ

ଏଇ ଅଳି ଶ୍ରୀଛାମୁରେ

ସୁଖ ଶାନ୍ତି ମୟ କର ପଥ ଚୟ

ଦୁଃଖ ଯାଉ ବହୁ ଦୂରେ

ଦାଶରଥି ସାହୁ

କଳମ୍ବ /ଗଜାଂମ


Rate this content
Log in