ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
କାହିଁ କେତେ ବେଳୁ
ଝିପି ଝିପି ବର୍ଷା
ଧରା ପୃଷ୍ଠରେ ଲାଗି ରହିଛି l
ଏହା କୃଷ୍ଣଙ୍କର
ଜନ୍ମ ଦିବସ ପାଳୁଛି
ନା ଲୋକଙ୍କର ଶ୍ରୁତିକୁ
ଚେତା ବାଣୀ ଦଉଛି l
ଦେବକୀର ଅଷ୍ଟମ ଗର୍ଭରୁ ଜାତ ତୁ
ବନ୍ଦୀ ଶାଳାରେ ହୋଇଲୁ ତୁ ଜନ୍ମ
ବ୍ରହ୍ମା, ବିଷ୍ଣୁ, ମହାଦେବ
ଆସିଥିଲେ ତୋ ଦର୍ଶନ ଲାଗି l
ଦେବକୀ ଠାରୁ ହୋଇଲୁ ତୁ ଜନ୍ମ
ଯଶୋଦା କଲା ତୋର ଲାଳନ ପାଳନ l
ବନ୍ଦୀ ଶାଳାରେ ହୋଇଲୁ ତୁ ଜନ୍ମ
ତ୍ରିଭିଧ ମହା ପ୍ରଭୁ ପୁଷ୍ପ, ଚନ୍ଦନ, ଚୁଆରେ
ବନ୍ଦୀ ଶାଳା କଲେ ସୁଗନ୍ଧି ତ l
ସତ ଭାଇର ମୃତ୍ୟୁ
ବ୍ୟଥାରେ ଯାଇନାହିଁ
କୃଷ୍ଣ ନେଇଛି ପ୍ରତିଶୋଧ
ମାମୁଁ କଂସକୁ ମାରିବା ପାଇଁ
ଧରିଛି ଅସ୍ତ୍ର ଆଉ ଶସ୍ତ୍ର l
କୃଷ୍ଣ ଭାରି ନଟ ଖଟିଆ
ଯମୁନା କୂଳରେ କଦମ ମୂଳରେ
ମୟୁର ଚୁଳିଆ ମନ ହର ପୁରୁଷ
ବଂଶୀ ନାଦରେ ରାଧାକୁ
କରିଛି ବିମୋହିତ l
ବଂଶୀର ନାଦରେ
ଶହ ଶହ ଗୋପୀ
ହୁଅନ୍ତି ବୀଚଳିତ
କୃଷ୍ଣକୁ ନିଜର କରିବା ପାଇଁ l
କୃଷ୍ଣ ଅବା ରାଧାରାଣୀର
ମନକୁ ନବାକୁ ଚାହୁଁଛି କିଣି?
ଏହା ଥିଲା କୃଷ୍ଣଙ୍କ କାହାଣୀ