STORYMIRROR

Snigdha Nayak

Others

4  

Snigdha Nayak

Others

ଜନ୍ମ ମୃତ୍ୟୁ

ଜନ୍ମ ମୃତ୍ୟୁ

1 min
315

ସେବେ ଦେଖିଥିଲି ସପନ

ହେଲେ ଲାଗୁଥିଲା ସତ

ଆଉ ଏବେ ହେଇଛି ସତ

ତ ' ଲାଗେ ସପନ

ଅଜଣା ଅବୁଝା ଭାଷାର

ଏକ ନିରାଟ ସତ୍ୟ

"ମୃତ୍ୟୁ"।।


ଖୋଜେ ସଂଜ୍ଞା ତାର

ଅଭିନୟ ଏ ଶେଷ ସୀମାର

ସଂଜ୍ଞା ଖୋଜୁ ଖୋଜୁ

ଆଉ ଏକ ଯୁଗ୍ମଶବ୍ଦ

"ଜନ୍ମମୃତ୍ୟୁ" ।।


ଗୋଟିଏ ଆରମ୍ଭ ତ ଅନ୍ୟଟି ଶେଷ

ଗୋଟାଏ ଆତ୍ମା ର ଦୁଇଟି ବସ୍ତ୍ର

ଜଣେ ବାହାନତ ଅନ୍ୟଟି ବାହକ

ଜଣେ ଅନ୍ୟର ପରିପୂରକ।।


ଗୋଟାଏ ଜୀବନର ରଙ୍ଗ

ତ ଅନ୍ୟଟି ଜୀବନର ଅନ୍ତ

ଗୋଟାଏର ସମାପ୍ତିରେ ଅନ୍ୟଟିର ଆରମ୍ଭ

ବିନା ସମାପ୍ତିରେ ଅନ୍ୟର ସୃଷ୍ଟି ଅସମ୍ଭବ।।



Rate this content
Log in