ଜନ୍ମ ଦିନର ଶୁଭେଚ୍ଛା ସାର୍
ଜନ୍ମ ଦିନର ଶୁଭେଚ୍ଛା ସାର୍
ଅଜ୍ଞାନ ଅବୋଧ ଅଚିହ୍ନା ସହରେ
ଆମ ପାଇଁ ଜ୍ଞାନଗୁରୁ
ଭୂମିକା ଆପଣଙ୍କ ବହୁ ଉଚ୍ଚତର
ଆମ ମାନଙ୍କର ଭାବନାରୁ।
ଅନ୍ଧାର ପଥରୁ ଉଜ୍ଜଳ ଦୁନିଆକୁ
ନେଇ ଆସନ୍ତି ସରଗରେ
ମାତା ପିତା ପରି ସ୍ନେହ ଶ୍ରଦ୍ଧା ଦେଇ
ବାନ୍ଧି ରଖିଥାନ୍ତି ନିଜ ହାତରେ।
ଆପଣଙ୍କ ପାଖରୁ ଶିଖିଛି ମୁହି
ସରଳରେ ଦେଲି କହି
ପୁସ୍ତକ କଲମ ନୁହେଁ ଖାଲି ଶିକ୍ଷା
ଭ୍ରାନ୍ତରେ ରହିବ ନାହି
ଦୁନିଆରେ ଜଣେ ଭଲ ମଣିଷ ହିଁ
ଜ୍ଞାନୀ ରେ ଗଣା ହୁଅଇ।
ଗୋପୀ ସାର୍ ଆମ ଭାରି ଧୁରନ୍ଦର
ମୁହଁ ରେ ଥାଏ ସ୍ମିତ ହାସ୍ୟ
ସିଧାସିଧା ବେଶପୋଷାକ
ଠିକ୍ ସମୟେ ପହଞ୍ଚନ୍ତି ଆମ କକ୍ଷ।
ଶାନ୍ତ ସରଳ କମନୀୟ ଚେହେରା
ଗୁରୁ ଗମ୍ଭୀର କଣ୍ଠ ତାଙ୍କର
ନବୁଝିଲା ଯାଏଁ ବୁଝାଇ ଥାଆନ୍ତି
ନ୍ୟାୟ ଧର୍ମ ଭୁଲ୍ ଠିକ୍ ବିଚାର।
ପ୍ରେରଣାଦାୟୀ କଥା ତାଙ୍କର
କଥାରେ କାମରେ ଧୁରନ୍ଧର
ନିର୍ଭୀକ ହୁଅ, ସାହସୀ ହୁଅ,
ଜାଗ୍ରତ ହୁଅ, ମୋଜା ମସ୍ତି କର
ଦେଖାନ୍ତି ସଫଳତାର ମୂଳମନ୍ତ୍ର।
ଆପଣଙ୍କ ନାମ ଶୁଣିଦେଲେ ଥରେ
ମୋ ମାନସପଟରେ ପଦେ କଥା ଆସିଯିବ
ମାର୍କ ପଛରେ ନ ଯାଇ ନଲେଜ୍ ପଛରେ ଭାଗ
ଦେଖିବ ମାର୍କ ଆପେ ଆପେ ପହଞ୍ଚି ଯିବ।
ଶୁଭ ଜନ୍ମ ଦିନେ ଅନେକ ଶୁଭେଚ୍ଛା
ମା ସମଲେଇଙ୍କ ପାଖରେ ମୋ ପ୍ରାର୍ଥନା
ଆମ ସଭିଙ୍କୁ ସଠିକ୍ ଦର୍ଶନ ଦେଇ
ଉଚ୍ଚ ରହୁ ନାମ ଗୋପିକାନ୍ତ ସୁନା।
