STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଜନକ ଦୁହିତା

ଜନକ ଦୁହିତା

1 min
13.6K


କିଏ କହେ ମୋତେ ହୀନ ହେଲି ସତେ

ହୀନ ବୁଦ୍ଧି ହେଲା କାହାର

ସୀତା ମୋ ସବିତା ଜନକ ଦୁହିତା

ମୋ ଜୀବନ ନୁହେଁ କୋୟର।

କେହି ଛାଡ଼ି ନାହିଁ ଜନ୍ମ ପରେ ମୋତେ

ଦୈବର ଅଯୋନି ସମ୍ଭୁତା

କେତେ ଭାଗ୍ୟ ପାଇ ପାଇଥିଲି ମୁହିଁ

ମିଥିଳା ରାଜର୍ଷି ମୋ ପିତା ।

ଥିଲି ଅଲିଅଳି ବୈଦେହୀ କାକଳି

କପାଳେ ଦେଲା କେତେ ସୁଖ

ଅଯୋଧ୍ୟା କୁମର ସୁରାସୁର ବୀର

ସ୍ଵୟମ୍ବରେ ଜିତିଲେ ହସ୍ତ।

ମୋର ପାଇଁ ପଣ ଶିବ ଧନୁ ଗୁଣ

ବୀର ପରେ ବୀର ବଢଇ

ଆସନ୍ତି ଶ୍ରୀରାମ ହୋଇ ଅଭିରାମ

ସ୍ଵଗୁଣରେ ଦେଲେ ସୂଚାଇ।

ଫେରିଗଲେ ସବୁ ଅପୌରୁଷ ପଣେ

ପଣ ପାଇଁ ପାଣି ଗ୍ରହଣ

ମୋ ପାଇଁ କିଭଳି ତାଙ୍କର ବା ଦୋଷ

ପୁରୁଷୋତ୍ତମ ମୋର ପ୍ରାଣ।

ସୁନ୍ଦର ଯେତିକି ସୁଶୀଳ ସେତିକି

ସେତିକି ଅଛି କିଏ କାହିଁ

ଅଯୋଧ୍ୟାର ଦିନ ଅବା ବାସ ବନ

ମୋ ସୁଖ ମୋ ରାମ ମୋ ପାଇଁ।

ନହେଲେ ନାହିଁ ମୁଁ ଅଯୋଧ୍ୟାର ରାଣୀ

ପତି ସଙ୍ଗ ସୁଖ ପାଇଛି

ଉର୍ମିଳା ଯେସନେ ଅଯୋଧ୍ୟାରେ ରହି

କେଉଁ ସୁଖ ଅବା ଦେଖିଛି।

ନିଜ ଇଛା ମତେ ହେଲି ବନବାସୀ

ମୋ ସ୍ଵାମୀ ମୋଠାରେ ନିଦାୟୀ

ସୁନା ମିରିଗର ଲୋଭ ହେଲା ମୋର

ମୋ ଲୋଭ ମୋ କାଳ ମୋ ପାଇଁ।

ମୋ ପତି ଭୂପତି ସୁପତି ବୋଲିତ

ନାହାନ୍ତି ଭୁଲି କେବେ ମୋତେ

କାପୁରୁଷ ପରି କୁପୁରୁଷ ପାଖେ

କହିଛନ୍ତି କି କେବେ ଦୁଃଖେ।

ଲକ୍ଷ୍ମଣଙ୍କ ଗାର କଲି ପ୍ରତିହାର

ହରିଲା ମୋତେ ସେ ରାବଣ

କେତେ କଷ୍ଟ କରି ନାଶ କଲେ ଅରି

ଶ୍ରୀ ରାମଙ୍କ ସହ ଲକ୍ଷଣ।

ମୋ ଭାଗ୍ୟ ପାଇଁ ମୁଁ ଆସିଲି ଆଶ୍ରମେ

ଶ୍ରୀରାମ ସେଥିରେ ନିର୍ଦ୍ଦୋଷ

ରାବଣ ମରଣ ଯାହସ୍ତ କରଣ

ପ୍ରଜାପାଖେ ସଦା ବିବଶ।

ଜୀବନ ସାରା ସେ ପାଇଛନ୍ତି ଧକ୍କା

ବିରହ ବିଦଗ୍ଧେ ପ୍ରତୀକ୍ଷା

ମୁଁ କିବା କରିଛି ତାଙ୍କ ପାଇଁ କିଛି

ଦେଲି ବୋଲି ଅଗ୍ନି ପରୀକ୍ଷା।

ସୁଖର ଜୀବନ ଗଢିବାକୁ ହୁଏ

ଅବସ୍ଥା ବ୍ୟବସ୍ଥା ବିଚାରେ

କର୍ତ୍ତବ୍ୟ କଶାରେ ନାହିଁ ଦୋଷ କାରେ

ନାରୀ ଦୁଃଖ ନର ନୁହେଁରେ।

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍