STORYMIRROR

Subhalaxmi Nayak

Others

4  

Subhalaxmi Nayak

Others

ଜଙ୍କ୍ ଫୁଡ୍

ଜଙ୍କ୍ ଫୁଡ୍

1 min
254

ଏବେକା ଯୁଗରେ ଏମିତି ଚାହିଦା ତା'ର

ପିଲା ଠାରୁ ବୁଢ଼ା ତାକୁ ଖାଇବାକୁ କରନ୍ତି ଆଦର

ଜଙ୍କ୍ ଫୁଡ୍ ବୋଲି ନାଁ ଟି ତାର

ଖାଦ୍ୟପେୟ ଅଟେ ପାଶ୍ଚାତ୍ୟ ଦେଶର 

ନାମ ଦେଇଛନ୍ତି ପିଜ୍ଜା, ବର୍ଗର

ସ୍ୱଳ୍ପ ସମୟରେ ତିଆରି କରି

ପାରମ୍ପରିକ ଖାଦ୍ୟକୁ ଦିଅନ୍ତି ପାଶୋରି।


ଦେଶୀୟ ଖାଇବା ପାଟିକୁ ରୁଚୁନି

ମାନ୍ଧାତା ଅମଳିଆ ସମୟ ଗଲାଣି

ପଖାଳ କଂସାରେ ନାହିଁ ଆଉ ମନ

ଆଳୁଭଜା ଛାଡ଼ି ଫ୍ରେଞ୍ଚ୍ ଫ୍ରାଇଜ୍ କୁ ଚିହ୍ନ

ପୋଡ଼ ପିଠା ଛାଡ଼ି ଖାଆନ୍ତି କେକ୍

କ୍ଷୀର ନୁହେଁ ଆଜିକାଲି ପିଅନ୍ତି ମିଲ୍କସେକ୍

ଖରାଦିନେ ଲେମ୍ବୁ ପାଣିର ଆଦର ଗଲାଣି

ରଙ୍ଗ ବେରଙ୍ଗର ମୋଜିଟୋ ଚାହିଦା ବଢ଼ିଲାଣି।


ଫାଷ୍ଟ ଫୁଡ୍ ବୋଲି ପରିଚିତ କରାଇ

ଆଧୁନିକ ଯୁଗରେ ଆଧୁନିକ ଖାଦ୍ୟ ଖାଇ

ଯେଉଁଥିରେ ଖାଦ୍ୟସାର ଟିକିଏ ତ ନାହିଁ

ଖାଇବା ଲୋକ ହୁଏ ଅନେକ ରୋଗର ଶିକାର

ଅବେଳରେ ପହଞ୍ଚାଏ ଚିକିତ୍ସାଳୟ ପରିସର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍