STORYMIRROR

T.Durga Prasad Rao

Others Romance

4.8  

T.Durga Prasad Rao

Others Romance

ଜମା ଆଉ ଭଲ ଲାଗୁନାହିଁ

ଜମା ଆଉ ଭଲ ଲାଗୁନାହିଁ

1 min
14.2K


ଜମା ଆଉ ଭଲ ଲାଗୁନାହିଁ

ତୁମକୁ ଦେଖିଲା ପରଠାରୁ

ଆଖିରେ ଆଖିରେ ତୁମରି ଚେହେରା

ପ୍ରତିଭାତ ହୁଏ ପ୍ରଭାତରୁ

ଜମା ଆଉ ଭଲ ଲାଗୁନାହିଁ...।

ରୂପରେ ସତେ କି ଅପସରୀଟିଏ

ରମ୍ଭା ଉର୍ବଶୀର ଯଉବନ

ଚାଲିରେ ତୁମର ମତ୍ତ ମାଦକତା

ଘୋଳି ହୋଇଯାଏ ମୋର ମନ

(ଆହା) କେଡ଼େ ନିଶା ତୁମ ଦରଶନ

ମୁନିଏଁ ହେଲେ ବି ପାଶୋରିବେ ତପ

ତୁମରି ସୁମର କରୁ କରୁ

ଜମା ଆଉ ଭଲ ଲାଗୁନାହିଁ...।

ତୁମ ବିନା ମୋର ସବୁ ବିଦ୍ୟା ବୁଦ୍ଧି

ତୁମରି ହେଜରେ ଯାଏ ହଜି

ଦିବା ରାତ୍ରି କଟେ ତୁମ ସ୍ମରଣରେ

ରୂପ ମହୁଧାରେ ଭିଜି ଭିଜି

(ସଖୀ) ମନେ କି ତୁମର ପଡୁଥିବି

ମନ୍ଦିର ମେଲଣେ ଯାତ୍ରା ଅନୁଷ୍ଠାନେ

ରୂପର ମହକ ଝାଡ଼ୁ ଝାଡ଼ୁ

ଜମା ଆଉ ଭଲ ଲାଗୁନାହିଁ...।

ଅଧର ତୁମର ଗୋଲାପର କଳି

ଆଖିରେ ଚମକ ବିଜୁଳିର

ଶତଧା ନିନ୍ଦିତ ଚନ୍ଦ୍ରର ସୌନ୍ଦର୍ଯ୍ୟ

ତୁମ ମୁଖ ପାଶେ କିବା ଜୋର

ଦିଗନ୍ତ ପ୍ରସାରୀ ମନୋହର-

ଇନ୍ଦ୍ରଧନୁ ବି ହାର ମାନିଯିବ

ଦେଖି ତୁମ ସୁଶୋଭିତ ଭୁରୁ

ଜମା ଆଉ ଭଲ ଲାଗୁନାହିଁ....।

ଆଖିରେ ଆଖିରେ ଆଙ୍କି ହୋଇଯାଏ

ତୁମ ଚେହେରାର ରୂପ ରଙ୍ଗ

ଆଜାନୁଲମ୍ବିତ ମୁକୁରିତ କେଶ

ଆଉ ତୁମ ଉଦ୍ଧତ ନିତମ୍ବ

(ସତେ) ପାଲଟିଯିବି କି କବିଟିଏ

ତୁମ ଶଙ୍ଖ ମର୍ମର ସୁନ୍ଦର ତନୁର

ପାଗଳ ପ୍ରଶଂସା କରୁ କରୁ

ଜମା ଆଉ ଭଲ ଲାଗୁନାହିଁ...।


Rate this content
Log in