ଜଳକ୍ରୀଡ଼ା ଏକାଦଶୀ- ଏକ ପରମ୍ପରା
ଜଳକ୍ରୀଡ଼ା ଏକାଦଶୀ- ଏକ ପରମ୍ପରା
ବାର ମାସର ସେ ତେର ପରବ ଲୋ
କି ପର୍ବ କହିବି ତୋତେ
ଜଗନ୍ନାଥଙ୍କର ସବୁ ସେ ମହିମା
କହୁଛି ଶୁଣ ଲୋ ସଖୀ |
ଚନ୍ଦନ ଯାତରା ଅଟଇ ପ୍ରସିଦ୍ଧ
ଚଉଦ ଭୂବନେ ଆଜି
୪୨ ଦିନର ନୀତି କାନ୍ତି ଭାବେ
ପାଳନ କରନ୍ତି ସଭେ |
ଏକଉସି ଦିନର ବାହାର ଚନ୍ଦନ
ଯାତରା ସରିଲା ପରେ
ଏକଉସି ଦିନର ଭିତର ଚନ୍ଦନ
ମନ୍ଦିରରେ ପାଳନ ହୁଏ |
ଜେଷ୍ଠ ମାସର ସେ ପାଳିତ ପରବ
ମନ୍ଦିର ବେଢ଼ାରେ ହୁଏ
ରୋହିଣୀ କୁଣ୍ଡ ଯେ ସୁସଜ୍ଜିତ ହୋଇ
ମଦନ ମୋହନଙ୍କୁ ଡାକେ |
ଏକାଦଶୀ ଦିନ ଅଷ୍ଟମୀ ତିଥିରେ
କାର୍ଯ୍ୟ ସମ୍ପାଦନା କରନ୍ତି
ଭୂଦେବୀ, ଶ୍ରୀଦେବୀ ମୋହନଙ୍କ ସଙ୍ଗେ
ଏ ଜଳ କ୍ରୀଡ଼ା କରିଥାନ୍ତି |
ରୌଦ୍ର ତାପ ନିୟନ୍ତ୍ରଣ କରିବା ପାଇଁ
ପ୍ରଭୂ ଜଳ କ୍ରୀଡ଼ା କରିଥାନ୍ତି
ସୁବାସିତ ପୁଷ୍ପ ସୁବାସିତ ଜଳେ
ପ୍ରଭୂ ଆନନ୍ଦରେ ବିଚରନ୍ତି |
କୃଷ୍ଣ ପକ୍ଷ ତିଥି ରବିଙ୍କର ତେଜେ
ରବି ପ୍ରଚଣ୍ଡ ପ୍ରହାର କରନ୍ତି
ସେଇ ଉତ୍ତ।ପରୁ ପ୍ରଭୂ ରକ୍ଷା କରି
ଜନ ମଙ୍ଗଳ କାମନା କରନ୍ତି |
ସେଥିପାଇଁ ପରା ଏହି ଦିନଟିକୁ
ସବୁ ଏନେଇ ବସନ୍ତି ଚାହିଁ
ଏହି ଦିନଟିର ଜଳକ୍ରୀଡ଼ା ଏକାଦଶୀ
ହୋଇଥାଏ ନାମ ଯେ ସେହି |
ପ୍ରସିଦ୍ଧ ପରବ ଅଟଇ ସଂସାରେ
ସିଏ ଜ୍ୟେଷ୍ଠ ଏକାଦଶୀ ଭଲେ
ପାପକୁ ଭସାଇ ପୁଣ୍ୟ କର୍ମ ଫଳ
ଉଜାଡି ଦିଅନ୍ତି ପ୍ରଭୂ ସଦା କାଳେ |||
