STORYMIRROR

Pratima Das

Others

1.0  

Pratima Das

Others

ଜଳା ବାଟ

ଜଳା ବାଟ

2 mins
1.0K


ପ୍ରତିମା ଦାସ।


ମିଶି ରଚିଥିଲେ ନୀଡ଼,

ତୁମେ ବଢାଇଥିଲ କୁଟା, କାଠି, ପତର

ମୁଁ କରିଥିଲି ଛପର।।


ଖୁସିରେ ନାମ ରଖିଥିଲେ ନୀଳକନ୍ଦର

ରାତିରେ ଜହ୍ନ ଉଙ୍କି ମାରୁଥିଲା, ହୋଇ ଈର୍ଷାକାତର

ଲଜ୍ୟା ନ କରି, ପୁରୁଷ୍ବ- ତ୍ବର ବନ୍ଧନରେ ଅଜସ୍ର ପ୍ରେମରେ

କରି ନେଇଥିଲି ତୁମକୁ ନିଜର।।


ଫଳ ଆଉ ଫୁଲରେ ଲୋଟିପଡିଲା ସେ ନୀଳକନ୍ଦର

ଅଦୃଶ୍ୟଙ୍କୁ ସାକ୍ଷୀ ରଖି, ହୋଇଥିଲେ ବିଭୋର

ଫୁଲ-ଫଳର ଜଗାରଖା ଗୁରୁ ଦାୟିତ୍ଵରେ

ହାତ ଦିନେବି ଛାଡି ନ ଥିଲେ ପରସ୍ପରର

ପୂଣ୍ୟ ନଦୀରେ ବହି ଚାଲିଥିଲା ଆମ ନାଆ ଆମ ସଂସାର।।।


ଫୁଲ ଚାଲିଗଲା କରିବାକୁ ଅନ୍ୟଘର ସୁନ୍ଦର

ଫଳ ଦୁଇଟି ରହିଲେ ,ସେ ଥିଲେ ମୋ ଆଶା ମୋ ସମ୍ଭାର

ଫଳ ପ୍ରିୟାର ହାତଧରି, ଚାଲି ଶିଖିଥିଲେଵି

ପୁଣି ନୂଆ ତାଳ ନୂଆ ଚାଲି ଶିଖିଲା

ତୁମକୁ ମୋତେ କରିଦେଇ ଅନ୍ତର।।।।


ଭୂଲ ରହିଗଲା କେଉଁଠି କାହାର

ଆଲୋସଖି ଆପଣା ମହତ ଆପେ ରଖି

ନଜର ଚୋରାଉଥିଲେ ପରସ୍ପରର

ପେଟରେ ମୂଷା ତାଣ୍ଡବ କଲେଵି

ଫୁଟାଉଥିଲ ମୁହଁରେ, ଶୁଖିଲା ହସର ଫୁହାର।


ତଥାପି ଖୁସିଥିଲେ ଆମେ, ଆମ ନୀଡଥିଲା ଅଖଣ୍ଡ

ପିଲା ଶାନ୍ତିରେ ଉଷୁମ ଟାଣୁଥିଲେ

ସୁରକ୍ଷା ଦେଉଥିଲା ସେ ଚାରିକାନ୍ଥ

ନ ଥିଲା ମଝିରେ ଭାଇଭାଗର ପ୍ରାଚୀର

ଏବେ କିନ୍ତୁ

ଫଳ ଓ ଫଳର ପ୍ରିୟା ଛିଡା କରାଇଛନ୍ତି ଏକ ଦୃଢ ପ୍ରାଚୀର

ଯାହା ଆମର କୋମଳ ନୀଡ଼ ଉପରେ ଭାରୀ ପଡୁଥିଲା

ମନେ ହେଉଥିଲା ନିଷ୍ଠୁର ଓ ଭୀଷଣରୁ ଭୀଷଣ କଠୋର

କାକୁତି ମିନତି ପରେ, ରଖିବାକୁ କୋମଳତା ବଳବତ୍ତର

ପ୍ରାଚୀର ମଝାମଝିରେ ରଖି ଦେଇଛନ୍ତି ଏକ ଜଳାବାଟ,

ମୁଁ ଏପଟେ

ତୁମ ଅନ୍ତହୀନ ପ୍ରତୀକ୍ଷାରେ ନାଚାର ।।


ଧରା ପଡିଯିବା ଭୟରେ

ଏକ ଦୁଇ ଗଣି ପାଦ ପକାଏ ପିଛିଳ ପ୍ରାନ୍ତର

ରହି ରହି ଆତ୍ମା ବିଳପି ଉଠେ

ଜଳାବାଟ ଏପଟେ ହୋଇ ଅଧିର

ଭାଇଭାଗ ଏ ନୁହେଁତ ଏ ପତ୍ରଭାଗ କଲିଜାର।।


ସାତଜନ୍ମ ପର୍ଯ୍ୟନ୍ତ ଆଉ ନୀଡ଼ ରଚନା କରିବିନି

ଏ ପ୍ରତିଞା ମୋର।

ଆତ୍ମା ହା-ହା -କା-ର

ପାପ -ପୂଣ୍ୟର ବିଚାର ଅଦୃଶ୍ୟ ର

ଭୃଣ ଆତ୍ମା ଅପେକ୍ଷାରେ ରୁହନ୍ତୁ, ନ ପାଇ ଆଶ୍ରୟ

ଯାଏ କେତେ କାହାର

ବୁଲୁଥାନ୍ତୁ ଭୃଣ-ଆତ୍ମା ନ ପାଇ ଜରାୟୁ ଜଠର

ଯାହା ପ୍ରଥମ ପାନ୍ଥଶାଳା, ପ୍ରବେଶଦ୍ଵାର

ଏ ସବୁଜ ଧରିତ୍ରୀ ମାତାର।


ନିଜ ଉପବନ, ଫୁଲ ଫଳରେ ଅଖଣ୍ଡ ବିଶ୍ୱାସ

ରଖୁଥିବା, ପିତାମାତାଙ୍କର

ଏ ହା-ହା-କା-ର

ସାମାନ୍ୟ ହୃଦୟଗଂମ ହୋଇଗଲେବି

ବଦଳିଯିବ ଚିତ୍ର ପୃଥିବୀର

ହସି ଉଠିବ ମାଟି ମା ପ୍ରସ୍ତୁତ ହେବ ଜରାୟୁ ଜଠର

ଦେବା ପାଇଁ ଆଶ୍ରୟ,ରଚନା କରିବାକୁ ଏକ ସୁନ୍ଦର ନୀଡ଼ର।।


Rate this content
Log in