STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଜଳ

ଜଳ

1 min
161

ଜଳ ଆଜି ନିମ୍ନଗାମୀ ହେଲାଣି

ଯେଉଁଠି ବର୍ଷା ଦିନରେ ବି ଦାଣ୍ଡ ମାହାରା ବଢୁନି କି

କାଦୁଅ ପଚପଚ୍ ହେଉନି ଅଗଣା

ଘରର ବାରଣ୍ଡା ତଳେ 

ଝରୁଛି କି ଝରଣା?


ଦେଖ ! 

ଚାରିଆଡେ଼ ହାହାକାର

ସହର ଓ ବଜାରେ ନଦୀ ଜଳକୁ

ଯେମିତି ଚାତକ ପକ୍ଷୀ ପରି

ଅନେଇଛନ୍ତି ଜଳଜଳ।


ନଦୀ ଜଳ କ'ଣ ଶୁଦ୍ଧ ନା ପବିତ୍ର?

ତଥାପି ନ ଚଳିଲେ ନ ହେଲା।


ଆଜି ବିଜ୍ଞାନ ବଳରେ

ନଳକୂପ ପରେ ବୋରୱେଲକୁ ଭରସା

ବୋରୱେଲ ପ୍ରଭାବରେ ନଦୀର ଉତ୍ସ ମରିଲାଣି

ନିମ୍ନଗାମୀ ଭୂତଳ ଜଳର ଏ ସ୍ରୋତ।


ତଥାପି ବୁଝୁନୁ ନିଜକୁ

ଯାହା ମିଳୁଅଛି ଈଶ୍ବର ଇଛାରେ

ଅପର୍ଯ୍ୟାପ୍ତ ଅପବ୍ୟୟ କାରଣ ସଙ୍କଟ

ନୁହେଁ ତ ଆଉ କ'ଣ?


ସତରେ !

ନିଜେ ବୁଝୁଛୁ ନା ବୁଝାଉଛୁ କାହାକୁ?

ସଭିଏଁ ତ ଜଣେଜଣେ କରିତକର୍ମା

କାହାକୁ କହିବୁ ତ 

ନିଜ ଗାଲକୁ ଚାପୁଡା଼ ମାରିବା ସହ ସମାନ।


ଆସନ୍ତୁ !

ହେ ଭାଇ ଓ ଭଉଣୀଗଣ 

ଜଳ ସଙ୍କଟରୁ ସଭିଏଁ ବଞ୍ଚି ବଞ୍ଚାଇବା

ଏ ସଂସାର ହାଟରେ

ସମ୍ମାନ ଦେଇ ଈଶ୍ୱରଙ୍କୁ 

ଓ ତାଙ୍କ ସୃଷ୍ଟିକୁ।

     ***



Rate this content
Log in