Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Others

4  

SUKANTA KHANDA

Others

ଜଳ

ଜଳ

1 min
417


ଜଳ ଆଜି ନୀମ୍ନଗାମୀ ହେଲାଣି

ଯେଉଁଠି ବର୍ଷା ଦିନରେ ବି ଦାଣ୍ଡ ମାହାରା ବଢୁନି କି

କାଦୁଅ ପଚପଚ୍ ହେଉନି ଅଗଣା

ଘରର ବାରଣ୍ଡା ତଳେ 

ଝରୁଛି କି ଝରଣା ।


ଦେଖ

ଚାରିଆଡେ଼ ହାହାକାର

ସହର ଓ ବଜାରେ ନଦୀ ଜଳକୁ

ଯେମିତି ଚାତକ ପକ୍ଷୀ ପରି

ଅନେଇଛନ୍ତି ଜଳଜଳ।


ନଦୀ ଜଳ କ'ଣ ଶୁଦ୍ଧ ନା ପବିତ୍ର

ତଥାପି ନ ଚଳିଲେ ନ ହେଲା।


ଆଜି ବିଜ୍ଞାନ ବଳରେ

ନଳକୂପ ପରେ ବରୱେଲକୁ ଭରଷା

ବରୱେଲ ପ୍ରଭାବରେ ନଦୀର ଉତ୍ସ ମରିଲାଣି

ନିମ୍ନଗାମୀ ଭୂତଳ ଜଳର ଏ ସ୍ରୋତ।


ତଥାପି ବୁଝୁନୁ ନିଜକୁ

ଯାହା ମିଳୁଅଛି ଈଶ୍ବର ଇଛାରେ

ଅପର୍ଯ୍ଯାପ୍ତ ଅପବ୍ଯୟ କାରଣ ସଙ୍କଟ

ନୁହେଁ ତ ଆଉ କ'ଣ ।


ସତରେ

ନିଜେ ବୁଝୁଛୁ ନା ବୁଝାଉଛୁ କାହାକୁ

ସଭିଏଁ ତ ଜଣେଜଣେ କରିତକର୍ମା

କାହାକୁ କହିବୁ ତ 

ନିଜ ଗାଲକୁ ଚାପୁଡା଼ ମାରିବା ସହ ସମାନ।


ଆସନ୍ତୁ

ହେ ଭାଇ ଓ ଭଉଣୀଗଣ 

ଜଳ ସଙ୍କଟରୁ ସଭିଏଁ ବଞ୍ଚି ବଞ୍ଚାଇବା

ଏ ସଂସାର ହାଟରେ

ସମ୍ମାନ ଦେଇ ଈଶ୍ବରଙ୍କୁ 

ଓ ତାଙ୍କ ସୃଷ୍ଟିକୁ।

         


Rate this content
Log in