Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Others

3  

Rama chandra Pradhan

Others

ଜଳ

ଜଳ

1 min
299


ବିଶ୍ୱ ନିୟନ୍ତାଙ୍କ ସୃଷ୍ଟି ସର୍ଜନାରେ 

   ଜଳ ଅତି ମୂଲ୍ୟବାନ

ଜଳ ବିନା ଏଠି ସର୍ବେ ଜଡ଼ତୁଲ୍ୟ 

  ତା' ସାଥେ ବନ୍ଧା ଜୀବନ l

ଜୀବନ ଜୀବିକା ଉତ୍ପାଦନ କାର୍ଯ୍ୟେ

   ଜଳ କରେ ଉପକାର 

କୃଷିକାର୍ଯ୍ୟ ଠାରୁ କଳକାରଖାନା 

  ସବୁଠି ତା' ଦରକାର l

ଜୀବ ଜଗତକୁ ବଞ୍ଚାଇ ରଖେ ସେ 

   ସାଜି ଜୀବନ ନାଟିକା 

ତା' କାୟାବିସ୍ତାରେ କନ୍ଦାଇ ମାରେ ସେ 

   ରଚି ବନ୍ୟା ବିଭୀଷିକା l

ଜଳ ଏକା ଅଟେ ଚାଷୀଙ୍କର ସାହା 

  ତା' ପାଇଁ ଏ କ୍ଷେତବାଡ଼ି 

ଅମୃତ ସମାନ ଜଳ ବିନା ଯାଏ 

  ସଭିଙ୍କର ହଂସା ଉଡ଼ି l

ଜଳ ସଂରକ୍ଷଣେ ସଦା ଦିଅ ମନ 

  ଜଳ ଯେ ଜୀବନ ବିନ୍ଦୁ 

ସଚେତନ ହୋଇ ସର୍ବେ ଜାଣିରଖ 

   ଜଳ ଉପକାରୀ ବନ୍ଧୁ l



Rate this content
Log in