ଜଳ
ଜଳ
ଜଳ ଆମ ଜୀବନ ଜଳ ଆମ ପ୍ରାଣ
ଜଳକୁ କରିବା ଆମେ ଯତନ
ଜଳ ବିନା ଜୀବ ବଞ୍ଚିବ ନାହିଁ
ଜଳ କୁ କେବେ ନଷ୍ଟ କରିବା ନାହିଁ
ଜଳ ସଙ୍କଟ ଆମେ ଦୁରେଇ ଦେବା
ଜଳ କୁ ସଦା ସାଇତି ଆମେ ରଖିବା
ଜଳ ଦାନ ମହାପୁଣ୍ୟ ଭୁଲିବା ନାହିଁ
ଜଳ କିଏ ମାଗିଲେ ମନା କର ନାହିଁ
ଜଳ କୁ ନେଇ ସଂସାର ହୋଇଛି
ତିନି ଭାଗ ଜଳ ସଂସାରେ ଅଛି
ଜଳ କୁ ନେଇ ହୋଇଛି ଶରୀର
ଜଳ ହିଁ ଜୀବନ ସଭିଙ୍କର
ବୃକ୍ଷ ଟିଏ ଜଳ ବିନା ବଞ୍ଚିବ ନାହିଁ
ଗ୍ରୀଷ୍ମ ଦିନେ ଜଳ ଦେଇ ଗଛ କୁ ନିଅ ଆପଣାଇ
ଜଳ ଆମେ ମାଟି ପାତ୍ର ରେ ରଖିବା
ସବୁ ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବା
ପ୍ରତି ଦିନ ପ୍ରଚୁର ଜଳ ଆମେ ପିଇବା
ଜଳ ପିଇଲେ ଆମେ ସର୍ବଦା ନିରୋଗ ରହିବା
ଜଳ କୁ ଆମେ ଅଧିକ ଗୁରୁତ୍ୱ ଦେବା
ସବୁ ବେଳେ ଜଳ କୁ ଫୁଟାଇ ପିଇବା
ଜଳ କୁ କେବେ ଦୁଷିତ କର ନାହିଁ
ନଦୀ ପୋଖରୀ କୂଅ ଜଳ କୁ ଅପରିଷ୍କାର କର ନାହିଁ
ଜଳ ବିନା ଫସଲ ହୋଇବ ନାହିଁ
ଜଳ ବିନା କେହି ରହିବେ ନାହିଁ
ପଞ୍ଚ ତତ୍ତ୍ଵ ରେ ଜଳ ପ୍ରଥମେ ଅଛି
ଜଳ ରେ ଏ ବିଶ୍ୱ ସୃଷ୍ଟି ହୋଇଛି
ଜଳ ଯେବେ ମାଡି ଆସିବ
ସଂସାର ରେ ମହା ପ୍ରଳୟ ହୋଇବ
ଈଶ୍ୱର ଜଳ କୁ ସୃଷ୍ଟି କରି ଛନ୍ତି
ଜଳ କୁ ପ୍ରତି ମଣିଷ ଭିତରେ ଭରିଛନ୍ତି
ଜଳ କୁ ଆମେ ସଫା ରଖିବା ସବୁଠି
ଜଳର ମହତ୍ୱ ବୁଝିବା ହୋଇ ଏକାଠି ।
