STORYMIRROR

Suresh chandra Padhy

Others

4  

Suresh chandra Padhy

Others

ଜଳ

ଜଳ

1 min
287

ଜଳ ଆମ ଜୀବନ ଜଳ ଆମ ପ୍ରାଣ

ଜଳକୁ କରିବା ଆମେ ଯତନ

ଜଳ ବିନା ଜୀବ ବଞ୍ଚିବ ନାହିଁ

ଜଳ କୁ କେବେ ନଷ୍ଟ କରିବା ନାହିଁ

ଜଳ ସଙ୍କଟ ଆମେ ଦୁରେଇ ଦେବା

ଜଳ କୁ ସଦା ସାଇତି ଆମେ ରଖିବା

ଜଳ ଦାନ ମହାପୁଣ୍ୟ ଭୁଲିବା ନାହିଁ

ଜଳ କିଏ ମାଗିଲେ ମନା କର ନାହିଁ

ଜଳ କୁ ନେଇ ସଂସାର ହୋଇଛି

ତିନି ଭାଗ ଜଳ ସଂସାରେ ଅଛି

ଜଳ କୁ ନେଇ ହୋଇଛି ଶରୀର

ଜଳ ହିଁ ଜୀବନ ସଭିଙ୍କର

ବୃକ୍ଷ ଟିଏ ଜଳ ବିନା ବଞ୍ଚିବ ନାହିଁ

ଗ୍ରୀଷ୍ମ ଦିନେ ଜଳ ଦେଇ ଗଛ କୁ ନିଅ ଆପଣାଇ

ଜଳ ଆମେ ମାଟି ପାତ୍ର ରେ ରଖିବା

ସବୁ ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବା

ପ୍ରତି ଦିନ ପ୍ରଚୁର ଜଳ ଆମେ ପିଇବା

ଜଳ ପିଇଲେ ଆମେ ସର୍ବଦା ନିରୋଗ ରହିବା

ଜଳ କୁ ଆମେ ଅଧିକ ଗୁରୁତ୍ୱ ଦେବା

ସବୁ ବେଳେ ଜଳ କୁ ଫୁଟାଇ ପିଇବା

ଜଳ କୁ କେବେ ଦୁଷିତ କର ନାହିଁ

ନଦୀ ପୋଖରୀ କୂଅ ଜଳ କୁ ଅପରିଷ୍କାର କର ନାହିଁ

ଜଳ ବିନା ଫସଲ ହୋଇବ ନାହିଁ

ଜଳ ବିନା କେହି ରହିବେ ନାହିଁ

ପଞ୍ଚ ତତ୍ତ୍ଵ ରେ ଜଳ ପ୍ରଥମେ ଅଛି

ଜଳ ରେ ଏ ବିଶ୍ୱ ସୃଷ୍ଟି ହୋଇଛି

ଜଳ ଯେବେ ମାଡି ଆସିବ

ସଂସାର ରେ ମହା ପ୍ରଳୟ ହୋଇବ

ଈଶ୍ୱର ଜଳ କୁ ସୃଷ୍ଟି କରି ଛନ୍ତି

ଜଳ କୁ ପ୍ରତି ମଣିଷ ଭିତରେ ଭରିଛନ୍ତି

ଜଳ କୁ ଆମେ ସଫା ରଖିବା ସବୁଠି

ଜଳର ମହତ୍ୱ ବୁଝିବା ହୋଇ ଏକାଠି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍