ଜଳ
ଜଳ
1 min
961
କଣ ବା ପାଇଲୁ
ଗଙ୍ଗାର ଗୋଟିଏ ଧାରରୁ ବାହାରି
ଜଗତ କଲ୍ୟାଣ ଆସିଥିଲୂ
ସମସ୍ତଙ୍କୁ ତୋ ପବିତ୍ର ଜଳରେ
ଶୁଦ୍ଧ କରିଦେଲୁ,
ହେଲେ ସବୁ ସରିଗଲା ପରେ ତୋତେ,
ଆବଶ୍ୟକତାକୁ ପୂର୍ଣ୍ଣ କରିବା ପରେ,
ନର୍ଦ୍ଦମା,କଳକାରଖାନାର ନିର୍ଗତ
ବର୍ଜ୍ୟବସ୍ତୁ ରେ
ସମ୍ପୂର୍ଣ୍ଣ କଳୁଷିତ କରିଦେଲା।
କଣ ପାଇଲୁ ଏତେ ତ୍ୟାଗରେ।
କିଏ ବା ବୁଝିଲା ତ୍ୟାଗର ମହନୀୟତା,
କେହି କଣ ତୋ ଦାନର ପ୍ରତିଦାନ
ଦେଇପାରିବେ।
ତୁ ତ ନୀରବ ସାଧିକା ପରି ମୌନ।
ପ୍ରଣତି ମହାପାତ୍ର
ବାଲେଶ୍ଵର
