STORYMIRROR

Santosh Kumar Misra

Others

4  

Santosh Kumar Misra

Others

ଜିଇଁବାର ପ୍ରୟାସ

ଜିଇଁବାର ପ୍ରୟାସ

1 min
423


ଆସ, ଅଧାଲେଖା ଆମ ଇତିହାସକୁ

ପୁରା କରିଦେବା

ଷୋଳ ନମ୍ବର ରାଜପଥର ଷଣ୍ଢୁଆସୀ ଛକରେ

ସେହି ଭଙ୍ଗା ପୋଲ ଉପରେ

ପୁଣିଥରେ ବସିବା ।

ଲେଉଟାଣୀ ସୂର୍ଯ୍ୟକୁ ସାକ୍ଷୀ ରଖି

ମାଡି ଆସୁଥିବା ଘୋର ଅନ୍ଧାରକୁ ବାଜିମାରି

ଲେଖିନେବା ଆମେ ବାକିତକ ପୃଷ୍ଠା ଆମ ସମ୍ପର୍କର

ଦରଲେଖା ଇତିହାସରେ

ଏକ କାଳଜୟୀ କବିତା ରୂପରେ।


ଆମ ସମ୍ପର୍କର ପୁରୁଣା ଦସ୍ତାବିଜ୍‌ ସବୁକୁ

ଆଜିମତେ ସଂଶୋଧନ କରିନେବା ଆମୂଳଚୂଳ।

ପାଇବା କି ନପାଇବାର ମାମୁଲି ହିସାବ ନିକାଶ କରି

ପ୍ରସ୍ତୁତ କରିନେବା ଆମ ଦେଣ ନେଣର

ଏକ ଜରୁରୀ ତାଲିକା

ଜୀବନ ଜିଇଁବାର ସଂବିଧାନ କରି।


ଧ୍ୟାନ ଦେବା

କିଛି ବି ସ୍ମୃତି ଯେମିତି ରହିଯିବନି

ଇତିହାସ ପୃଷ୍ଠାର ବାହାରେ

ନିଓଣ୍ଡାର୍‌ଥାଲ୍‌ ମଣିଷର ଜୀବନୀ ଦୋହରାଇ, ଅବା

କିଛି ସ୍ମୃତି ପବନକୁ ଗୋଇଠା ମାରି

ଚେଷ୍ଟା କରିବନି ବଞ୍ଚିବାକୁ ଶିଳାଲେଖଟିଏ ହୋଇ

ଆମ ସଦର ଦରଜାରେ।


ଆସ,

ଅଧାଲେଖା ଆମ ସମ୍ପର୍କର ଇତିହାସକୁ

ପୁରା କରିଦେଇ ଜିଇଁବାକୁ ପ୍ରୟାସ କରିବା

ନିରୋଳାରେ ଆମ ବଳକା ଜୀବନ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ