STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଜୀବତତ୍ଵ

ଜୀବତତ୍ଵ

1 min
200


ଆକାଶ ଦର୍ପଣକୁ ଦେଖି ମାଟିର ତୃଷ୍ଣା,


ମେଘ ଭରି ଦିଅନ୍ତା ନି 

ତା ଯୋନିରେ କେଇ ବୁନ୍ଦା ଶ୍ୱେତଜଳ,


ଫୁଲି ଉଠନ୍ତା ନି

ତା ଭରା ଯୌବନ,


ଶୀତରେ ଥରି ଉଠନ୍ତା ନି ପିନ୍ଧି ଅଳେସେଇ ଅଳସୀ ଫୁଲର ହଳଦୀରଙ୍ଗ 

ଶାଢ଼ୀ,


ଏନ୍ତୁଡ଼ି ନିଆଁରୁ ଜୁଇ ପର୍ଯ୍ୟନ୍ତ 

ଚାଲିଛି

ବଟୋଇଟି ଏଇ ଆଶା ନେଇ କେତେବେଳେ ହେଲେ ତ ରାସ୍ତା ,ତା ମୋଡ଼ ବଦଳାଇ ପହଁଞ୍ଚାଇ ଦେବ ନି ତା ଇପ୍ସିତା ରହୁଥିବା 

ସହରର ନିଛାଟିଆ ଗଳିକନ୍ଦିରେ,


ତୃଷ୍ଣା,

ଏଠି ସେଠି ସବୁଠି 

ଚାଳିବାରେ, ବଞ୍ଚିବାରେ,

ଜନ୍ମରେ, ମୃତ୍ୟୁରେ

କେତେବେଳେ ମିଳନରେ

କେତେବେଳେ ବିରହରେ ,


ବିଚରା 

ମାଟି,ଆକାଶ,ମେଘ, 

ଓ ଜୀବନ,


ଜୀବନ 

ଅନ୍ୱେଷଣରତ୍ତ ମୁକ୍ତି 

ଓ

ମୋକ୍ଷର,


ନିଆଁ

ଏନ୍ତୁଡ଼ି ଶାଳାରୁ ଜୁଇ ପର୍ଯ୍ୟନ୍ତ,


ଆତ୍ମା,

ଖୋଜୁଛି ମୋକ୍ଷ 

କୁଣ୍ଡଳୀ ମାରୁଥିବା ଜୁଇ ଧୂଆଁ ଭିତରୁ,


ପ୍ରକୃତି ଓ ଜୀବନର ସଙ୍ଗମ ପର୍ବ ଏଠି କେବଳ ବୋଧେ

ସତ୍ୟ,


ବାସ୍ତବତାର 

ଉତ୍ତରଣ ପରେ ଅବାସ୍ତବ ମୁକ୍ତିର ସନ୍ଧାନ ଏକ ମାତ୍ର ଲକ୍ଷ୍ୟ,


ସେ ଆମୋଦ ହେଉ 

ଅବା ପ୍ରମୋଦ 

ହେଉ 

ଚାଲିବାର ନାମ ହିଁ ତ ଜୀବନ,

ଯଦି

ତୁମ ନିକଟରେ ଅଛି

ବୁଝିବାକୁ

#ଜୀବତତ୍ୱ------------!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍