STORYMIRROR

sasmita sahoo

0.6  

sasmita sahoo

ଜୀବନଟା ଏକ ରଫ ଖାତା

ଜୀବନଟା ଏକ ରଫ ଖାତା

2 mins
272


ଜୀବନଟା ଏକ ରଫ ଖାତା

କେତେବେଳେ ଛକି ଶୂନ ଖେଳ ତ

କେତେବେଳେ କାଗଜ ଡଙ୍ଗା ।

ପୁଣି କେତେବେଳେ

ତୋର ମୋର ନାଁ କଟା କଟି

ଲଭ ଲାଇକ ପିଟି ହେଟ

କେତେବେଳେ ଦୂରଭାଷ ତ

କେତେବେଳେ ଦୂରବୀକ୍ଷଣ ।।

ଜୀବନଟା ଏକ ରଫ ଖାତା

ଗଣିତ ବିଜ୍ଞାନ ସାହିତ୍ୟ ଇଂରାଜୀର

ସମାହାର ଏକ ପୋଥି ।

ପୁଣି କେତେବେଳେ

ରଙ୍ଗ ବେରଙ୍ଗର ଅଙ୍କାଯାଇଥିବା ଚିତ୍ର

କେତେବେଳେ ଓଁ ଓଁ ଓଁ ଶହେ ଆଠ ।।

ଜୀବନଟା ଏକ ରଫ ଖାତା

କେବେ ରକେଟ ଉଡ଼ାଜାହାଜ ତ

କେବେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ।

କେତେବେଳେ ଝାଲ ମୁଢିର ପୁଡିଆ ତ

କେବେ କାଳି ଛିଟ।ରେ ଗଢା ଛବି ଟିଏ ।।

ଜୀବନ ଏକ ରଫ ଖାତା

ପୁଣି ହୋଇ ଯାଏ କେବେ

ସାଙ୍ଗ ନୋଟ ପାଇଁ ଫର୍ଦ୍ଧେ ସହାୟତା ।

କେତେବେଳେ ବ୍ୟାଟ ତ

କେତେବେଳେ କ୍ୟାଚ ଆଣ୍ଡ ଥ୍ରୋ

କେତେବେଳେ ପାସ ଦ ପାସ୍ ।।

ଜୀବନଟା ଏକ ରଫ ଖାତା

କେତେବେଳେ ଦିନ ରାତି ତ

କେବେ ବୋଉର ପରିବା ତାଲିକା ।

ବାପା ପାଖକୁ ଟଙ୍କା ପାଇଁ ନିବେଦନ,

ପୁଣି କେବେ ଚକରି ଫୋଟକା ଆଉ

ଚିରା ହୋଇ ଫିଙ୍ଗ। ଏକ ବଲ ।।

ଜୀବନଟା ଏକ ରଫ ଖାତା

ବେଳେବେଳେ ଫାଳେ ଚିରି

ଅନ୍ୟ ଫାଳକୁ ବଂଚାଇବାର ଚେଷ୍ଟା ।

କେତେବେଳେ ସମ୍ପର୍କ ତ

କେତେବେଳେ ସର୍ବସ୍ବ ,

କେତେବେଳେ ପୁଣି କଟା ଛଟା

କଣା ଫୁଟା କାଗଜଟିଏ ।

ପୁଣି କେବେ ପାନ ପତ୍ର ତୀର

ଆଉ ଗୋଲାପ ଫୁଲ କୁ ଓଠ ।।

ଜୀବନଟା ଏକ ରଫ ଖାତା

କିଛି ନୁହେଁ ସବୁ କିଛି ।

ସ୍ମୃତି ଅନୁଭୂତି ସ୍ବପ୍ନ ସମର୍ଥ,

ପାଇବା ଶିଖିବା ହରାଇବା ଖୋଜିବା ।

ବଳ ବୟସ ସମୟ ଆଉ ପରିଶ୍ରମ

ସବୁବେଳେ ସାଙ୍ଗରେ ଆପଣାର

ପରିଚିତ ଅନ୍ତରଙ୍ଗ ସାଥିଟିଏ ।।

ଜୀବନଟା ଏକ ରଫ ଖାତା

କେବେ ଆଇ ଲଭ ୟୁ ,

କେବେ ଆଇ ମିସ ୟୁ

କେବେ ଆଇ ହେଟ ୟୁ

ପୁଣି କେବେ ସି ୟୁ ,ଗୁଡ଼ ବ।ଏ ।।

ଜୀବନଟା ଏକ ରଫ ଖାତା

କ୍ଲାସ ସରିଲା ଉତ୍ତୀର୍ଣ୍ଣ ହେଲେ

କିଲୋ ପାଞ୍ଚ ଟଙ୍କା ,

ଚିରା ବସ୍ତାରେ ସାଇକେଲ ପଛରେ

ବରା ପକୁଡି ସୋଲା ମଟର

ଡାଲି ଚାଉଳ ଠୁଙ୍ଗା,

କିମ୍ବା ଫଳ ପେଟିରେ ସୁରକ୍ଷା

ଶେଷରେ ଚୁଲି ଲଗା

ପରିଶେଷରେ ଝାଡୁ ମାରି

ଅଳିଆ ଗଦାରେ କୁହୁଳୁ ଥିବା ନିଆଁ ।।


( ସସ୍ମିତା ସାହୁ ,ନାଶିକ)



Rate this content
Log in