STORYMIRROR

Swarnalata Dash

Others

3  

Swarnalata Dash

Others

ଜୀବନସାଥୀ

ଜୀବନସାଥୀ

1 min
207

ଗୋଟିଏ ଆତ୍ମା ଦୁଇଟି ମନ

ଗୋଟିଏ ଜୀବ ଅନ୍ୟ ଜୀବନ

ଗୋଟିଏ ବୃକ୍ଷ ଦୁଇଟି ଡାଳ

ଗୋଟିଏ ବୃନ୍ତ ଦୁଇଟି ଫୁଲ

ଗୋଟିଏ ଡାଳ ଦୁଇଟି ପକ୍ଷୀ

ଗୋଟିଏ ମୁହଁ ଦୁଇଟି ଆଖି

ଗୋଟିଏ ବୀଣା ଦୁଇଟି ସୁର

ଦୁଇଟି ଆତ୍ମା ଗୋଟିଏ ଘର

ଦୁଇଟି କଣ୍ଠ ଗୋଟିଏ ସୁର

ଏକମୂର୍ଚ୍ଛନା ବ୍ୟଥା ଅପାର ।

ଦୁଇଟିଦେହ ଗୋଟିଏ ମନ

ଏକ ବିନା ଅନ୍ୟ ମୂଲ୍ୟହୀନ

ଜଣେ ଅନ୍ୟର ପରିପୂରକ

ଜଣେ ବୁଝେ ଅନ୍ୟ ବୁଝେନା ଦୁଃଖ

ଗୋଟିଏ ବିନା ଅନ୍ୟ ଅଧୁରା

ଏକ ବିନା ଅନ୍ୟ ବେସାହାରା

ଜଣେ ଆଶ୍ରୟ ଅନ୍ୟ ଆଶ୍ରିତା

ଜଣକ ପାଇଁ ଅନ୍ୟ ଅର୍ପିତା

ଏକ ବିନା ଅନ୍ୟ ସ୍ଥିତି ହିନା

ଜଣେ ଖୋଜେ ଅନ୍ୟ ଖୋଜେନା

ଗୋଟିଏ ଅନ୍ୟର ଅନୁପୂରକ

କଣକ ବିରହେ

ଅନେକ ଦୁଃଖ

ପରସ୍ପର ନ ବୁଝନ୍ତି ବେଦନା

କିମ୍ପାଇ ଇଶ୍ୱର କଲ ସର୍ଜନା

ଦୁଇଟି ଜୀଵନ ଏକାତ୍ମ କରି

ସାରା ସଂସାରକୁ

ଏକାଠି ବରୀ

ଜୀବନସାଥୀର ଶପଥ ନେଇ

ସହକର୍ମୀ ସହଧର୍ମିଣୀ ହୋଇ

ତଥାପି ସମୟ ସୁଖେ ନ ଯାଏ 

ଅନ୍ତରେ କେତେ ବେଦନା ଥାଏ

ଦିଅ ପ୍ରଭୁ ଢାଳି ଆଶୀଷ ଧାରା

ସୁଖମୟ ହେଉ ସଂସାର ସାରା

ସଂସାର ଗଢିଲେ ଅମୃତ ଝରୁ

ହୃଦୟ ପବିତ୍ର ନିର୍ମଳ ହେଉ

ହସିଉଠୁ ଏ ତଵ ସୃଷ୍ଟି ସାରା

ଆନନ୍ଦମୟ ହେଉ ବସୁନ୍ଧରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍