Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଜୀବନର ସାରାଂଶ

ଜୀବନର ସାରାଂଶ

1 min
186



ଭଲ ହୁଅନ୍ତା ନି ଯଦି ଚାଲି ଯାଏ, ତୁମ ପୂର୍ବରୁ,ଅଶ୍ରୁ ଦୁଇବୁନ୍ଦା ତ ଢାଳିବ ମୋ ଲାଗି,ତା ପରେ
ଅନନ୍ତ ଆକାଶେ ଇଛକନ୍ୟାଟିଏ ହୋଇ କରିବି ତୁମ ପ୍ରତୀକ୍ଷା !
ଧରି , ଦିନ, ବର୍ଷ ,ମାସ ,ଦଣ୍ଡ ,
ତୁମରି ଫେରିବା
ରାସ୍ତାକୁ ଚାହିଁରହିଥିବି ମହାଶୂନ୍ୟରେ
ଜଣେ କେହି କହିଲେ । (୧)
ହସିଲି ! ଆଉ କହିଲି
ଶୁଣ ବନ୍ଧୁ !
ଯଦି ! ଇହକାଳ ପଡିଛି ବନ୍ଧା
ସମୟ ହାତେ,
କେମିତି କରୁଛ
ତୁମେ ପରିକଳ୍ପନା ପରକାଳର,
ଯାହାଅଛି ସେ କେବେନୁହେଁ,ତୁମର ,
ଯାହାନାହିଁ,ଆଜି ତୁମ ପାଶେ କେବେ ମିଳିପାରେ ଅଵା ନ ମିଳି ବି ପାରେ, ଯାହାପାଉଛ ,ସେଇ ଟିକିକ ନିଜର କରିବାରେ ଆପତ୍ତି କେଉଁଠି ?
ଗୋଟେଇ ନେବାରେ,
ଭଲ ବି ତୁମର ,
ମନ୍ଦ ତ ତା ଠାରୁ ଅତି ଆପଣାର କାରଣ ସେ ନଛୋଡ଼ାବନ୍ଧା
ଛାୟା ଭଳି ତୁମ ସହ,
ତେଣୁ
ବାଣ୍ଟି ଚାଲ ଯାହା ଅଛି ତୁମ ଏକାନ୍ତ ନିଜସ୍ୱ ,
ଅନିଶ୍ଚତତା ଓ ଅନୁଶୋଚନ
ଭିତରେ ଥିବା ତାରତମ୍ୟ
ତାମ୍ରଲିପିରେ ଲେଖାହୁଏ
ଜୀବନର ଇତିହାସ, ବଞ୍ଚିଚାଲିବା ବି ତ ହୋଇପାରେ
ଏକ ସର୍ବଶ୍ରେଷ୍ଠ କଳା । (୨)
ଇଛାଗୁଡିକୁ ଗଳାଚିପି
ହତ୍ୟାକରି ବଞ୍ଚିଚାଲିବା ସ୍ୱାର୍ଥନ୍ୱେଷୀ ମଣିଷଙ୍କ ପାଇଁ ନିଷ୍ପପ୍ରୟୋଜନ,
ଇଚ୍ଛାକନ୍ୟା ମୋର,ତୁମ ଠୁ ଆରମ୍ଭ ,ତୁମ ଠାରେ ଶେଷ
ସବୁ ଯେତେ ଅଣଓସାରିଆ
ସରୁ, ଅବଡା, ଖବଡ଼ାରାସ୍ତା ଉପରେ ଛିଡା ହୋଇଥିବା
ଯେତେ ସମ୍ପର୍କର ସେତୁ ,
ରହିଥାଅ ,ଅ ରୁ କ୍ଷ ପର୍ଯ୍ୟନ୍ତ ,
କବର ଉପର ଶ୍ୱେତପୁଷ୍ପ ଗୁଛଟିଏ ହୋଇ ପରକାଳେ ଆପେ ଝରିଯିବ ନି,ଦୁଇବୁନ୍ଦା ଲୁହରେ,
ତିକ୍ତ,ଲବଣାକ୍ତ ସ୍ଵାଦଭରା ହେଉ ପଛେ ଆମ
#ଜୀବନରସାରାଂଶ । (୩)
କାଶ୍ୟପ ,
ରାମ ବିଶୋଇ,
ରାୟଗଡା ।


Rate this content
Log in