STORYMIRROR

Hasyamayee Raj

Others

3  

Hasyamayee Raj

Others

ଜୀବନର ପଥ ଧାରେ

ଜୀବନର ପଥ ଧାରେ

1 min
243


କେଉଁ ଅନାଦି କାଳରୁ

ଜୀବନ ଏମିତି ଗଡି ଚାଲିଛି

କେତେ ଯେ ଝଡ

କେତେ ଯେ ଝଞ୍ଜା

କେବେ କେବେ

ବିବଶ କରିଛି ତାକୁ

ଦଲକାଏ ପବନ ପରି

ଦେହକୁ ଛୁଇଁ ଦେଇ

ଚାଲିଯାଇଛି ନିରନ୍ତର

ତା'ରି ବାଟରେ

ହେଲେ ତାର ଗତିକୁ

କେବେ କେହି

ପଛକୁ ଫେରେଇ ପାରିନି

ଜୀବନ ଯେ

କେବଳ ଆଗକୁ

ଚାଲିବା ପାଇଁ

ଆଉ ଯେ ଅଟକି ଯାଏ

ସେ ରହିଯାଏ

ତାକୁ ଉଠେଇବା

ହୁଏତ ସମ୍ଭବ

ହେଇନପାରେ....

ତେବେ ଆମେ ଅଟକିିବା କାହିଁକି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍