ଜୀବନର ପଥ ଧାରେ
ଜୀବନର ପଥ ଧାରେ
1 min
238
କେଉଁ ଅନାଦି କାଳରୁ
ଜୀବନ ଏମିତି ଗଡି ଚାଲିଛି
କେତେ ଯେ ଝଡ
କେତେ ଯେ ଝଞ୍ଜା
କେବେ କେବେ
ବିବଶ କରିଛି ତାକୁ
ଦଲକାଏ ପବନ ପରି
ଦେହକୁ ଛୁଇଁ ଦେଇ
ଚାଲିଯାଇଛି ନିରନ୍ତର
ତା'ରି ବାଟରେ
ହେଲେ ତାର ଗତିକୁ
କେବେ କେହି
ପଛକୁ ଫେରେଇ ପାରିନି
ଜୀବନ ଯେ
କେବଳ ଆଗକୁ
ଚାଲିବା ପାଇଁ
ଆଉ ଯେ ଅଟକି ଯାଏ
ସେ ରହିଯାଏ
ତାକୁ ଉଠେଇବା
ହୁଏତ ସମ୍ଭବ
ହେଇନପାରେ....
ତେବେ ଆମେ ଅଟକିିବା କାହିଁକି
