STORYMIRROR

Pranati Mahapatra

Others

3  

Pranati Mahapatra

Others

ଜୀବନର ଲକ୍ଷ୍ୟ

ଜୀବନର ଲକ୍ଷ୍ୟ

1 min
414


ଜୀବନର ପଥ ବଡ଼ ଅଙ୍କାବଙ୍କା 

ନ କଲେ ମନକୁ ଥୟ,

ମନ ଆଶା ପୂର୍ଣ୍ଣ କେବେବି ହୁଏନି

ଲକ୍ଷ୍ୟେ ନ ରଖିଲେ ଲୟ।

ଅମାନିଆ ମନ ବଡ଼ ଅଭିମାନୀ

ଯେମନ୍ତ ପଦ୍ମପତ୍ରେ ନୀର,

ଟିକେ ଦୁଃଖ ଝଡ଼ ବାଜିଲେ ପତ୍ରରେ

ମନ ଢଳଢଳ ସାର।

ମନର କୋଦଣ୍ଡ ଆଶାର ତୃଣୀର

ଲକ୍ଷ୍ୟ ଯେ ହୁଅଇ ତୀର,

ଧୀର ସ୍ଥିର ଚିତ୍ତେ ସଦ ବ୍ୟବହାରେ

କାର୍ଯ୍ୟ ହୁଅଇ ସଫଳ।

ଯେମନ୍ତେ ଶ୍ରୀରାମ ସୀତା ବିବାହରେ

ଲକ୍ଷ୍ୟ ସଫଳ ହୋଇଲେ,

ସେମନ୍ତେ ଶବର ପୁତ୍ର ଜରା କଷ୍ଟେ

ବିଦ୍ୟାଶିକ୍ଷା କରିଥିଲେ।

ନିଜ ଲକ୍ଷ୍ୟ ସ୍ଥଳେ ସଫଳ ହେବାକୁ

ଶ୍ରବଣ କୁମାର ବୀର,

ନିଜ ସ୍କନ୍ଧେ ବୋହି ଭ୍ରମିଥିଲା ପୁଣି 

ପିତାମାତା ଙ୍କୁ ତାହାର।

ଲକ୍ଷ୍ୟ ଯାହାର ଅଟଇ ସ୍ଥିର ମନ

ନୁହେଁ ଟଳମଳ,

ସେମିତି ବୀର ଅବଦୁଲ କାଲାମ

ମିଜାଇଲ ମଣିଷ ନାମ ତାଙ୍କର ।

ଲକ୍ଷ୍ୟ ଅବ୍ୟର୍ଥ ଯେଉଁ ମଣିଷର

ଜୀବନ ସାର୍ଥକ ତା'ର,

ମନୋସ୍କାମନା ପୂରଣ ପାଇଁ ସେ

କର୍ମ ପଥେ ହୁଏ ଅଗ୍ରସାର।



Rate this content
Log in