STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଜୀବନର କିଛି ସତ୍ୟତା

ଜୀବନର କିଛି ସତ୍ୟତା

1 min
372

ବ୍ୟକ୍ତି ହଉ ବିନମ୍ର ଅଭିବାଦନଶୀଳ

ବୃଦ୍ଧି ହୁଅଇ ତାର ଆୟୁ ଯଶ ଓ ବଳ


ବଡ଼ଙ୍କ ସମ୍ମାନ ଯେ ନିତ୍ୟ କରିପାରେ

ଅସହାୟଙ୍କ ଯେ ସେବା କରିପାରେ


ସମ୍ପର୍କ ଯୋଗାଯୋଗ ଓ ସହାନୁଭୂତି

ଆଚାର ବ୍ୟବହାର ତାହାକୁ କୁହନ୍ତି


ସେଇ ବ୍ୟବହାର ସୁନ୍ଦର ହୋଇଲେ 

ଓଡିଆ ପ୍ରଚଳିତ ଶବ୍ଦ ବେଭାର ବୋଲେ


ପବିତ୍ର ହୋଇଥାଏ ଶରୀର ଜଳରୁ

ମନ ପବିତ୍ର ହୁଏ ସତ୍ୟତା ରଖିବାରୁ


ଉପଲବ୍ଧି ହୁଏ ବୁଦ୍ଧି, ଜ୍ଞାନରୁ ସଂସ୍କାରରୁ 

ସଂସ୍କାର ଆସିଥାଏ ମଣିଷର ସଂସ୍କୃତିରୁ


ସଂସ୍କୃତିରୁ ସର୍ବଦା ସଭ୍ୟତା ଜନ୍ମ ନିଏ

ସଭ୍ୟତାରୁ ସଜ୍ଜନତାର ଜନ୍ମ ହୁଏ


ସଜ୍ଜନତାରୁ ଜନମ ସରଳତାର 

ସରଳତାରୁ ଜନ୍ମ ସଦବ୍ୟବହାର  


ସଦବ୍ୟବହାରରୁ ବିନମ୍ରତା ଜନ୍ମ ନିଏ

ବିନମ୍ରତାରୁ ବିବେକ ବୁଦ୍ଧିର ଆବିର୍ଭାବ ହୁଏ


ବିବେକାନୁସାରେ କରମ କରି ଚାଲିଲେ

ମନୁଷ୍ୟକୁ ଶ୍ରେଷ୍ଠ ମନୁଷ୍ୟରେ ପରିଣତ କରେ


ମନୁଷ୍ୟର ମୂଲ୍ୟ ତାର ନୈତିକତା

ନୁହେଁ ଶାରୀରିକ ରୂପର ସୁନ୍ଦରତା 


ଭାବନା ସୁନ୍ଦରତା ହୋଇଲେ

ମନେ ରଖ ସର୍ବତ୍ର ଆଦର ମିଳେ


ବାହ୍ୟ ସୁନ୍ଦରତା ଅଟେ ଅସ୍ଥାୟୀ

ଏହା ଥାଏ ଖାଲି କିଛି ସମୟ ପାଇଁ


ସୁଶୀଳତାରେ ଧର ବ୍ୟବହାରର ମଙ୍ଗ

ଜୀବନେ ଭରିବ ଇନ୍ଦ୍ରଧନୁର ସାତ ରଙ୍ଗ


ହୃଦୟର ସୁନ୍ଦରତା ସଦା ଚିରସ୍ଥାୟୀ

ଏହା ମନେ ରଖିବ ସବୁ ଭଉଣୀ ଭାଇ



Rate this content
Log in