ଜୀବନର ଦି ଛକି
ଜୀବନର ଦି ଛକି
1 min
225
ଗୋଟିଏ ପାଖେ ଆଶା କରିଥିବା ସୁଖ
ଆଉ ପାଖେ ନିରନ୍ତର ଦୁଃଖ,
ଗୋଟିଏ ପଟେ ଅମାନିଆ ଲୁହ
ଆଉ ପାଖେ ମଧୁର ହସ
ଗୋଟିଏ ପାଖେ ଜନ୍ମର ଆନନ୍ଦ
ଆଉ ପାଖେ ମରଣର ବିଷାଦ
ଦି ଛକିର ଜୀବନରେ
ନିତି ଘାଣ୍ଟି ହେଉଥିବା
ଥଳ କୂଳ ପାଉ ନଥିବା
ଅସହାୟ ସଜୀବଟିଏ ମୁଁ....।।
ପାଖେ ସିଇଁ ଦେଲେ ଆଉ ପାଖେ
ଚିରିଯାଏ ଆଖି ସାମ୍ନାରେ
ପରାଜିତ ସୈନିକ ଭଳି
ଛାଡ଼ିଦେଇ ସବୁ ଆଶା ଭରସା...।।
ଦି ଛକିର ଜୀବନରେ
ଆଗକୁ ଯାଇ ହୁଏ ନା
ପଛକୁ ଫେରିହୁଏ
ଖାଲି ଶୁନ୍ୟତା କୁ
ଅନୁଭବ କରିହୁଏ
ଭାଙ୍ଗି ପଡିଥିବା ମନ ରେ...।।
