STORYMIRROR

Durjyodhan Barik

Others

4  

Durjyodhan Barik

Others

ଜୀବନର ଅର୍ଥ

ଜୀବନର ଅର୍ଥ

1 min
232

 

ଋଷ୍ୟଶୃଙ୍ଗ ପରେ ରାଘବ ସୀତୟା

     ବସିଥିଲେ ସାଙ୍ଗ ହୋଇ,

ଜାନକୀ ବଦନ୍ତି   ପ୍ରଭୁ ଶ୍ରୀରାମଙ୍କୁ

     ଜୀବନର ଅର୍ଥ ପାଇଁ ।

ସୀତା ମାତାଙ୍କର ପ୍ରଶ୍ନର ଉତ୍ତରେ

    କହିଥିଲେ ରଘୁନାଥ ,

ନିଜ ଖାଦ୍ୟ ଅର୍ଥେ ଲୋଭ କଲେ ଜୀବ

     ଜୀବନ ହୁଏ ସମାପ୍ତ ।

ଦେଖି ମେଘ ମାଳ ନୀଳ ଆକାଶରେ

    ଧରାରେ ନାଚେ ମୟୂର,

ସାରୁ ଗଛ ମୂଳେ ବେଙ୍ଗଟିଏ ବସି

     କରୁଛି କେଏଁ କଟର ।

ଗୋଖୁରା ଭିତରେ ଜଳ ଭରି ଥାଏ

     କଂକିଟିଏ ଖେଳୁଥିଲା

ସେ କଙ୍କିକୁ ଦେଖି ବେଙ୍ଗଟି ବାହାରି

     ଖାଇବାକୁ ଡିଆଁ ଦେଲା ।

ବେଙ୍ଗ ରଡ଼ି ଶୁଣି ଧଣ୍ଡସାପଟିଏ

     ଗାତରୁ ହେଲା ବାହାର,

ସାପଟିକୁ ଦେଖି ଭାବେ ମୟୂରଟି

     ମିଳିଲା ତାର ଆହାର ।

ଧରିବ ମୟୂର   ବ୍ୟାଧ ପିଲାଟିଏ

      ଜାଲଟି ବିଛାଇ ଦିଏ,

ବ୍ୟାଧ ପିଲାଟିକୁ  ହାତୀ ଦେଖିଦେଲା

     ମାରିବାକୁ ଧାଇଁ ଯାଏ ।

ଦୂରୁ ଦେଖିଦେଇ  ମହାବଳ ସିଂହ

      ହାତୀ ଉପରକୁ ଡିଏଁ,

ହାତୀ ଗଡିପଡେ  ସିଂହ ପଡ଼ିଯାଏ

      ବ୍ୟାଧ ଛୁଆ ଚାପି ହୁଏ ।

ମୟୂର ବି ଚାପେ  ସାପଟି ବି ଚାପେ

      ବେଙ୍ଗ ମଧ୍ୟ ଚାପି ମରେ,

ଗୋ ଟାପୁ ଭିତରେ ପାଣି ଶୁଖିଯାଏ

       କଙ୍କି କାହୁଁ ବଞ୍ଚିପାରେ ।

ଏମନ୍ତ ପ୍ରକାର     ଜୀବନର ତତ୍ତ୍ଵ

      ଖାଦ୍ୟ ଓ ଖାଦକ ପାଇଁ,

ଲୋଭ କରି ଜୀବ  ନିଜର ଖାଦ୍ୟାର୍ଥେ 

     କେହି ବଞ୍ଚି ପାରେ ନାହିଁ ।

       ଜୀବନର ଅର୍ଥ ଏହି



Rate this content
Log in