STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଜୀବନ

ଜୀବନ

1 min
1.7K



ମୋ ଜୀବନ ଏକ ନିର୍ବାପିତ ଫର୍ଦ

ନିର୍ବାପିତ ହୋଇ ରହିଗଲା

ଯାହା ଲେଖିଥିଲି ହୃଦ କଲମରେ

ଆଖିର ଲୁହରେ ବହିଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ

ନିର୍ବାପିତ ହୋଇ ରହିଗଲା ।


ପିଲାଦିନେ ଯାହା ଖେଳ ଭାବିଥିଲି

ଯଉବନେ ଦୁଃଖ ରଖିଦେଲା

ଯଉବନେ ଯାହା ଗଢି ତୋଳିଥିଲି

ବାର୍ଦ୍ଧକ୍ୟ ବାଧକ ହୋଇଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ନିର୍ବାପିତ ହୋଇ ରହିଗଲା ।


ବର୍ଷ ବର୍ଷ ଧରି ଯାହା ରଖିଥିଲି

ଏ ଜୀବନ ଯାହା ଗଢିଥିଲା

ନିମିଷକ ମଧ୍ୟେ ଭାଙ୍ଗି ଗଲା ସବୁ

ଅକାରଣେ ଯାହା ସରିଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ନିର୍ବାପିତ ହୋଇ ରହିଗଲା।


ସୁଖ ଶିରୀ ମାନ ସହି ନପାରିଲା

ଜୀବନେ ଭରିଲା ଅମାନୁଷା

ବିଶ୍ଵାସେ ବିଶ୍ଵାସ କଲା ଅଟ୍ଟହାସ୍ୟ

ପୁରିଗଲା ମୋର ଜିଜୀବିଷା


ନିର୍ବାପିତ ଫର୍ଦ ପୁଣି କି ଲେଖିବି

ଲେଖା ହେବ ମୋର ଲୁହଭିଜା

ହୃଦ କଲମରୁ ରକତ ସ୍ୟାହିରେ

ଲେଖିଲେ ଯିବକି ମନଘେଞ୍ଚା


ଏଜୀବନ ଏକ ରଙ୍ଗମଞ୍ଚ ପରି

ଅସଫଳ ମୋତେ ଦେଇଗଲା

କାହାକୁ କହିବି ମୋର ଦୁଃଖ ଆଉ

ଅଭିନୟ ମୋର ସରିଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ନିର୍ବାପିତ ହୋଇ ରହିଗଲା ।


ପ୍ରଶାନ୍ତ କୁମାର ହୋତା


Rate this content
Log in