STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

ଜୀବନ

ଜୀବନ

1 min
358



ଦୁଇରେ ଦୁଇ ମିଶିଲେ ଚାରି

ଦୁଇରେ ଦୁଇ ଗୁଣିଲେ ଚାରି

ଶୂନ୍ ରେ ଶୂନ୍ ମିଶିଲେ ଶୂନ୍

ଶୂନ ରେ ଶୂନ ଗୁଣିଲେ ଶୂନ୍

ତିନି ରେ ତିନି ମିଶିଲେ ଛଅ

ମାତ୍ର ,ତିନି ରେ ତିନି ଗୁଣିଲେ ନଅ

ଏ ଏମିତି ଏକ ଅବୁଝା ଗଣିତ

ଯାହର କିଛି ସମାଧାନ ନାହଁ

ନାହିଁ କିଛି ସରଳ ଗାଣିତିକ ସୂତ୍ର

ନାହିଁ ମଧ୍ୟ ସରଳ ଦର୍ଶନ ,

ପ୍ରଶ୍ନ ପଚାରେ ମୁଁ ନିଜକୁ

ଏମିତି କାହିଁକି ହେଲା

ତିନି ରେ ତିନି ମିଶିଲେ

କାହିଁକି ନଅ ନହୋଇ ଛଅ ହେଲା

ଦୁଇରେ ଦୁଇ ଗୁଣିଲେ

କାହିଁକି ପାଂଚ

କିମ୍ବା ଛଅ ନହେଲା ।।


ଜୀବନର ଗଣିତ ଏମିତି ରହସ୍ୟମୟ

କେତେବେଳେ ସମାହିତ,ସରଳ

ଓ ନମନୀୟ

ଆଉ କେତେବେଳେ ଜଟିଳ,ଅସମାହିତ

ଓ ଅନମନୀୟ,

କେତେବେଳେ ଦୁଇ ବାହୁ ପରସ୍ପର ସମାନ

ଆୟତକ୍ଷେତ୍ରସମ ଖୁବ୍ ପ୍ରଶସ୍ତ

ଆଉ କେତେବେଳେ ଚାରିବାହୁ ପରସ୍ପର ସମାନ

ଖୁବ୍ ଚକମକ୍ ଦେଖାଯାଉଥିବା ସହଜ ବର୍ଗକ୍ଷେତ୍ର

କେତେବେଳେ ସର୍ତ୍ତହୀନ ଆକଷର୍ଣ

ରଂଗୀନ ଝଲମଲ ,

ଜୀବନର ପୃଷ୍ଠା ଲେଉଟି ଚାଲେ ଫର୍ଦ୍ଦ ପରେ ଫର୍ଦ୍ଦ

ସୃଷ୍ଟିହୁଏ ସସମ ତ୍ରିଭୁଜ

ଆଉ କେତେବେଳେ ଲୁହ ଲହୁ ଯାତନା ବଳୟ

ଲେଲିହାନ ଶିଖା ଜଉଘର

ସୃଷ୍ଟିହୁଏ ବକ୍ରରେଖା

ବିଷର ନିଳୟ ,

ପୁନଶ୍ଚ ,କେତେବେଳେ ଆବିଷ୍କାର ହୁଏ

ନୂଆ ସୂତ୍ର ମାନଙ୍କର

ପୁଣି ଦେଖାଯାଆନ୍ତି ବିଖ୍ୟାତ ବୈଜ୍ଞାନିକ ଗାଲିଲିଓ ,

ନିଉଟନ୍ ଅବା ପ୍ରସିଦ୍ଧ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ।।


ସଂଖ୍ୟା ର ବାମ ପଟେ ଶୂନ୍

ମୂଲ୍ୟହୀନ, ସ୍ଥିତିହୀନ ସ୍ଥୂଳ କଳେବର

ମାତ୍ର ଦକ୍ଷିଣ ପାର୍ଶ୍ବରେ ଖୁବ୍ ଗୁରୁତ୍ବପୂର୍ଣ

ପୁଣି ମୂଲ୍ୟବାନ ଅମୂଲ୍ୟ ସମ୍ପଦ

ଜୀବନର ମୂଲ୍ୟବୋଧ କେତେବେଳେ

ବାମ ପାର୍ଶ୍ବ ଶୂନ ,ମୂଲ୍ୟହୀନ

ଶୂନ୍ୟ ଶୂନ୍ୟ ମହାଶୂନ୍ୟ

ଅନ୍ଧକାର ଅନ୍ଧକାର ମହାନ୍ଧକାର

ଆଉ କେତେବେଳେ ଦକ୍ଷିଣ ପାର୍ଶ୍ବ ଶୂନ୍ୟ

ଫଗୁଣର ଫଗୁଖେଳ

ମହମହ ବାସ,ଗୋଲାପର ବନ ।।


ଖାଲ, ଢିପ, ଉଠାଣି ,ଗଡାଣିର ମହାସ୍ରୋତେ

ଜୀବନ ଖେଳୁଛି ଚକାଭଉଁରୀ

କେତେବେଳେ ସୂତ୍ରହୀନ ଅଛିଣ୍ଡା ଗଣିତ

ଆଉ କେତେବେଳେ ଅଙ୍କମାନଙ୍କର ଲୁଚକାଳି ଖେଳ

ସୂତ୍ର ମାନଙ୍କର ଅବାଧ ପ୍ରବେଶ

ସ୍ଥୁଳ ଆବରଣ ମଧ୍ୟେ ସୂକ୍ଷ୍ମ ର ସନ୍ଦେଶ

ଆତ୍ମାର କଳେବର ତଳେ ପରମାତ୍ମା ଙ୍କ

ସ୍ବର୍ଣ୍ଣାଭ ପ୍ରକାଶ

ପୁନଶ୍ଚ, ଚନ୍ଦନ ଚର୍ଚ୍ଚିତ ।।


ଶରତ କୁମାର ଦାସ , ବଡବିଲ ମହାବିଦ୍ୟାଳୟ ବଡବିଲ


Rate this content
Log in