STORYMIRROR

Prabhati Debnath

Others

5.0  

Prabhati Debnath

Others

ଜୀବନ

ଜୀବନ

1 min
1.0K


ଜନମ ମରଣ ଦୂରତା ଭିତରେ

ଜୀବନ ଗାଉଛି ଗୀତ,

ବଞ୍ଚିବାର ମୋହ ଆଗକୁ ବଢୁଛି

ବସିବାକୁ ଗୋଟେ ମିତ।।

ଏ ଧରା ଧାମରେ ଜନମ ଲଭିଲେ

ଘଟ ବି ଛାଡ଼ିବ ଦିନେ,

ପ୍ରେମ ଫରୁଆରେ ଦିଅ ଭାବ ଭରି

ବିଭୁ ସ୍ମରୁ ଥାଅ ମନେ।।

ଭଲ ପାଉଥିବ ଛଳନା ନ ଥିବ

ଥିବ ଖାଲି ପ୍ରେମ ଭାବ,

କର୍ତ୍ତବ୍ୟ କରିବ ଆଶା ନ ରଖିବ

ଥିବ ଖାଲି ନିଷ୍ଠା ଭାବ।।

ସ୍ନେହ ପ୍ରେମ ପ୍ରିତୀ ଭାବଟିଏ ରଖି

ଜୀବନକୁ କର ପୂର୍ଣ୍ଣ,

ଜୀବ ପରମର ମିଳନ ଘଟିବ

ଜନମ ହୋଇବ ଧନ୍ୟ।।


************

ପ୍ରଭାତୀ ଦେବନାଥ


Rate this content
Log in