STORYMIRROR

Alaka Dash

Others

4  

Alaka Dash

Others

ଜୀବନ

ଜୀବନ

1 min
173

   

ଅନେକ ଯନ୍ତ୍ରଣାର 

କାରଣ ଖୋଜୁ ଖୋଜୁ, 

ଆବିଷ୍କାର କଲି ନିଜେ ହିଁ ନିଜକୁ, 

ନୟନରୁ ନିଗିଡି ଗଲା 

ଅବାରିତ ଅଶ୍ରୁ, 

କୋହ ରୁଦ୍ଧ କଲା 

ଶ୍ଵାସ ପ୍ରଶ୍ଵାସର ଗତି, 

ସହସ୍ର ପ୍ରଶ୍ନର ବାଣ 

ବିଦ୍ଧ କରୁଥିଲା ମର୍ମକୁ, 

ଖୋଜୁ ଥିଲା ତ୍ରୁଟିର ଖିଅ 

କେଉଁଠି? କେମିତି ?? 

ପଡିଲା ଗଣ୍ଠି, 

ସ୍ନେହ, ଅନୁରାଗ, 

ପ୍ରିତୀ ବନ୍ଧନରେ,

ସମ୍ପର୍କର ଡୋରି କଣ 

ଏତେ ରୁଗଣ, 

ବାନ୍ଧିବା ଆଗରୁ ଛିଣ୍ଡି ଗଲା, 

ଭାଙ୍ଗିଗଲା ଢେଉ ଆଗରେ 

ବାଲି ଘର ପରି, 

ଅଦିନ ଝଡ଼ରେ 

ବାଇ ଚଢେଇର ବସା ପରି, 

ନିଜ ଜନ୍ମ ଜାତକକୁ 

ଶତ ଧିକ୍କାର କଲି, 

ଦାୟୀ କରି କପାଳ ଲିଖନ, 

ଦୁର୍ନୀତି, ପ୍ରତାରଣା, ପ୍ରବଞ୍ଚନାଭରା 

ଏଇ ଦୁନିଆଁରେ, 

ଧର୍ମକୁ ଖୋଜିବ କେଉଁଠି?

ନ୍ୟାୟ ମାଗିବ କାହାକୁ?

ଧର୍ମ ଆଜି ପଳାତକ 

ଅଧର୍ମ ଫାସରେ 

ଗୁମୁରି ଗୁମୁରି କାନ୍ଦେ 

ଶଠ, ପ୍ରବଞ୍ଚକ କଟୁକ୍ତିରେ 

ସତ୍ୟ ଆଜି ଅଭିଶପ୍ତ ପଥଭ୍ରଷ୍ଟ 

ତିନି ତୁଣ୍ଡରେ ଛେଳି କୁକୁର 

ନ୍ୟାୟର ନିକିତି ଯା 'ହସ୍ତେ 

ତା ଆଖିରେ ଅନ୍ଧର ପୁଟୁଳି, 

ବିବ୍ରତ ମନ ବ୍ୟଥିତ ହୃଦୟ 

ଯନ୍ତ୍ରଣା ଜର୍ଜରିତ ପ୍ରାଣ, 

ନ୍ୟାୟ ମାଗେ ହାତ ପାତି 

ଶରଧା ବାଲିରେ, 

ବଡ଼ ଦାଣ୍ଡେ, କରୁଣା ନିଧିରେ 

ଏଇ ବଧେ ସାଂସାରିକ 

ଯନ୍ତ୍ରଣା ଯୁକ୍ତ ବେଦନା ଭରା 

  ଜୀବନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍