ଜୀବନ
ଜୀବନ
1 min
405
ପତ୍ର ଝଡା ଦିଏ ଏ ଜୀବନ...!
ବଞ୍ଚିବାକୁ ଦେଖା ଏ ଯେ କେତେ ସ୍ୱପ୍ନ
ଆସେ ଯେବେ ଚିରଆନନ୍ଦର ଋତୁ...!!
ଝଡିଯାଏ ବିଷାଦ ବେଦନାର
ଶୁଷ୍କ ପତ୍ର ସବୁ....!
ପ୍ରକାଶିତ ହୁଏ ଏ ଜୀବନ ବୃକ୍ଷରେ
ନୂତନ ଆନନ୍ଦ ମିଶ୍ରିତ ଆଶାର କଅଁଳ ସବୁଜ ପତ୍ର..!!
ଜୀବନ ହୁଏ ରଙ୍ଗୀନ...!!
କିନ୍ତୁ ଏ ରଙ୍ଗୀନ ସମୟର ଅବଧି ତ କ୍ଷୀଣ....?
ଭୟ ଲାଗେ....!
ସବୁବେଳେ ଏକ ଦ୍ଵନ୍ଦ୍ୱରେ ଥାଏ..!
ଆସୁଥିବା ଋତୁ ବିଷାଦ ତ ନୁହେଁ..??
କାରଣ...
ଏ ଜୀବନ ପତ୍ର ଝଡା ଦିଏ...!
କେବେ ବିଷାଦରେ,କେବେ ପୁଣି ଆନନ୍ଦରେ...!
କିନ୍ତୁ ଏ ଜୀବନ ପତ୍ର ଝଡା ଦିଏ....!!
