STORYMIRROR

Sanjya Tripathy

Others

3  

Sanjya Tripathy

Others

ଜୀବନ

ଜୀବନ

1 min
342

ତିନି ପ୍ରହର ତ ବିତିଗଲାଣି

ଖାଲି ଗୋଟିଏ ପ୍ରହର ବାକି ଅଛି

ଜୀବନ ହାତରୁ ଖସିଗଲା।

କେବଳ ଖାଲି ମୁଷ୍ଟି ବାକି ଅଛି ।

ସବୁ କିଛି ପାଇଥିଲି ଏହି ଜୀବନରେ

ତଥାପି ଇଚ୍ଛା ବାକି ଅଛି

ଦୁନିଆରୁ ମୁଁ କ’ଣ ପାଇଲି

ସେହି ହିସାବ କିତାବ୍ ବହୁତ ହେଲା

ଏ ପୃଥିବୀ ମୋ’ ଠାରୁ କ’ଣ ପାଇଲା

କେବଳ ସେଇ ଗଣନା ବାକି ଅଛି ।

ଏହି ଅସ୍ତବ୍ୟସ୍ତ ଦୁନିଆଁରେ

ମୋତେ ଏକ କ୍ଷଣର ହୋଶ ନାହିଁ

ଏପରି ବି ଜୀବନ ତ ସୁଖମୟ

ତଥାପି କାହିଁକି ସନ୍ତୁଷ୍ଟି ନାହିଁ

କ’ଣ ଏହିପରି ଜୀବନ ବିତିଯିବା

ଏବଂ ଏହିପରି ନିଃଶ୍ୱାସ ବନ୍ଦ ହୋଇଯିବା

ଅନ୍ୟମାନଙ୍କର ପୀଡ଼ା ଦେଖ୍, ବୁଝି

କେବେ ନିଜର ଆଖ୍ ଛଳଛଳ ହେବା

ମନ ଭିତରେ କେଉଁଠାରେ ଲୁଚିଥିବା

ଏହି ପ୍ରଶ୍ନର ଉତ୍ତର ବାକି ଅଛି।

ମୋର ଖୁସି, ମୋର ସ୍ୱପ୍ନ

ମୋର ସନ୍ତାନ, ମୋର ଆତ୍ମୀୟ

ଏହା କରି କରି ସନ୍ଧ୍ୟା ହୋଇଗଲା

ଅନ୍ଧାର ଛାଇଯିବା ପୂର୍ବରୁ

କିଛି ଦୂର ଅନ୍ୟ ବସ୍ତିରେ

ଏକ ଦୀପ ଜଳାଇବା ବାକି ଅଛି

ତିନି ପ୍ରହର ତ ବିତିଗଲା

ଆଉ ଗୋଟିଏ ପହର ବାକି ଅଛି

ଜୀବନ ହାତରୁ ଖସିଗଲା

କେବଳ ଖାଲି ମୁଷ୍ଟି ବାକି ଅଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍