ଜୀବନ
ଜୀବନ
1 min
162
ନିତି ଅପକର୍ମ କରି
ପରକୁ କନ୍ଦାଇବା ଜୀବନ ନା
ସୁକର୍ମରେ ମାତି ନିତି ନିଜେ କାନ୍ଦିବା ଜୀବନ?
ଏହା ଦୁନିଆଁର ନିଚ୍ଛକ ସତ୍ୟତା।
ଆଜ୍ଞା !
କୁହନ୍ତୁ କାହାକୁ ଆପଣେଇବା
ଅପକର୍ମରେ ବଢି଼ଲେ ଉଚ୍ଚକୁ
ନା ପାପଭାର ବଢା଼ଇ ଖସିବା ନର୍କକୁ।
ଅବା ସୁକର୍ମ କରି ଛିଣ୍ଡିଲେ ତଳକୁ
ନା ପୂଣ୍ଣ୍ଯକାମ ବଢା଼ଇ ଚଢି଼ଲେ ସ୍ୱର୍ଗକୁ।
ମହାଭାରତ ଦୃଷ୍ଟାନ୍ତ।
ସବୁ ତ !
ଈଶ୍ୱର ନିର୍ଦ୍ଦେଶ
ପାପ ହେଉ କି ପୂଣ୍ୟ?
ସତ୍ୟ ହେଉ କି ମିଥ୍ୟା
ସବୁ ହିଁ ଭଲ ନେଇଆଣି ଥୋଇଲେ ହେଲା,ନୁହେଁ?
କିଏ କହି ପାରିବ ଭବିଷ୍ୟତକୁ?
