ଜୀବନ
ଜୀବନ
1 min
494
ଶଶାଙ୍କ ଶେଖର ରାୟ
ଛିଣ୍ଡା କନ୍ଥା ତଳେ
ଜାକିଜୁକି ଶୋଇଥିବା ଶୀତରେ
ଉଷୁମ ନିଦ ତୁମେ ।
ଧୂ ଧୂ ଗ୍ରୀଷ୍ମେ
ସିଝି ସିଝି
ଗୋଟାପୁଣି ବୁଡିଯାଇଥିବା
ଲୁଣିଆ ଝାଳ ତୁମେ ।
ବରଷାର ରୁଣୁଝୁଣୁ ପାଉଁଜି ସୁରେ
ସାରୁପତ୍ର ଉହାଡେ
ବେଙ୍ଗୁଲିର ମୂର୍ଚ୍ଛନା ତୁମେ ।
ଫଗୁଣର ଆମ୍ଵଡାଳେ
ଭାଙ୍ଗିପଡୁଥିବା ପେନ୍ଥା ପେନ୍ଥା
ବଉଳର ବାସ୍ନା ତୁମେ ।
ମୋ - ୭୩୭୭୧୯୭୯୯୯
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
